fbpx

ଫାଶୀ ପୂର୍ବରୁ ଜେଲ ଅଧିକାରୀଙ୍କୁ କଣ କହିଲେ ମୁକେଶ ଓ ବିନୟ ?

ନୂଆଦିଲ୍ଲୀ,୨୦ ।୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ୪ ସଇତାନଙ୍କୁ ଫାଶୀ ଦିଆଯାଇଛି । ଦୀର୍ଘ ୭ ବର୍ଷର ଅପେକ୍ଷାର ଆଜି ଅନ୍ତ ଘଟିଛି । ତେବେ ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଛା ପୂରଣ ହୁଏ । ମୃତ୍ୟୁ ପରେ ସମ୍ପତ୍ତିର କଣ ହେବ ଓ ଅଙ୍ଗଦାନ କରାଯିବ କି ନାହିଁ ବୋଲି ପଚରାଯାଏ । ଜେଲ ମାନୁଆଲ ମାଧ୍ୟମରେ ୪ ଦୋଷୀଙ୍କୁ ସେମାନଙ୍କ ଶେଷ ଇଛା ପଚରାଯାଇଥିଲା । କିନ୍ତୁ ସମସ୍ତେ ସେମାନଙ୍କର ଶେଷ ଇଛା ପ୍ରକାଶ କରିନାହାନ୍ତି ବୋଲି ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଛି ।


କିନ୍ତୁ ୨ ଦୋଷୀ ସେମାନଙ୍କର କିଛି ଜିନିଷର ଯତ୍ନ ନେବାକୁ କହିଛନ୍ତି । ଦୋଷୀ ମୁକେଶ ଜେଲ କତ୍ତୃପକ୍ଷଙ୍କୁ ଲିଖିତ ଆକାରରେ କହିଥିଲା କି, ସେ ତାର ଶରୀରର ଅଙ୍ଗଦାନ କରିବାକୁ ଚାହୁଁଛି । ଫାଶୀରେ ଝୁଲିବା ପୂର୍ବରୁ ବିନୟ ନିଜର ପେନଟିଙ୍ଗ ବା ଚିତ୍ର ଜେଲ ଅଧୀକ୍ଷକଙ୍କୁ ଦେଇଥିଲା । ଏହା ବ୍ୟତିତ ତାପାଖରେ ହନୁମାନ ଚାଳିଶା ମଧ୍ୟ ଥିଲା । ପରିବାରକୁ ସେ ଏହି ଦୁଇଟି ଜିନିଷ ଦେବାକୁ ସେ କହିଥିଲା । ବିନୟ ସମୁଦାୟ ୧୧ଟି ଚିତ୍ର ତିଆରି କରିଥିଲା । ନିକଟରେ ତାର ଚିତ୍ରଗୁଡିକ ତିହାର ହାଟରେ ବିକ୍ରି ହୋଇଥିଲା ବୋଲି ବିନୟର ଓକିଲ କହିଥିଲେ । ଅନ୍ୟପଟେ ପବନ ଓ ଅକ୍ଷୟ କିଛି କହିନଥିବା ଜେଲ ପ୍ରଶାସନ କହିଛନ୍ତି ।

Get real time updates directly on you device, subscribe now.