fbpx

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: କିରନ୍ ଗୋସାଭୀ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ କିରନ୍ ଗୋସାଭୀ ଗିରଫ ହୋଇଛି । ଗୋସାଭୀଙ୍କୁ ପୁନେ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି । ତେବେ କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ଡ୍ରଗ୍ସ କାରବାରକୁ ନେଇ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ସହ ସେଲଫି ନେଇ ଗୋସାଭୀ ଚର୍ଚ୍ଚାକୁ ଆସିଥିଲା । ଆର୍ଯ୍ୟନଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ନାଁରେ ୨୫ କୋଟିର ଡିଲ ଅଭିଯୋଗ ହୋଇଥିଲା । ୨୦୧୮ର ଏକ ଧୋକାଧଡ଼ି ମାମଲାରେ ଗିରଫ କରିଥିବା ପୁନେ ପୋଲିସ୍ ସ୍ପଷ୍ଟ କରିଛି । ତେବେ ୨୦୧୯ ରେ ପୁନେ ସିଟି ପୋଲିସ୍ ତାଙ୍କୁ ୱାଣ୍ଟେଡ୍ ଦର୍ଶାଇଥିଲା । ଖାଲି ସେତିକି ନୁହେଁ ଗୋସାଭୀଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର୍ ବି ଜାରି ହୋଇଥିଲା ।

Get real time updates directly on you device, subscribe now.