fbpx

ମୁମ୍ବାଇର ଗୋଟିଏ ମେଡିକାଲର ୩୫ କର୍ମଚାରୀ କରେନା ଆକ୍ରାନ୍ତ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): କରେନା ପାଇଁ ଏବେ ଦେଶବ୍ୟାପୀ ହାହାକାର । ଏଭଳି ଅବସ୍ଥାରେ ନିଜ ଜୀବନକୁ ବାଜିରେ ଲଗାଇ ଲୋକସେବାରେ ନିଯୋଜିତ ହେଉଛନ୍ତି ସ୍ୱସ୍ଥ୍ୟକର୍ମୀ ।କିନ୍ତୁ ମୁମ୍ବାଇରୁ ଆସିଥିବା ଏହି ଖବର ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀଙ୍କ ହୋସ ଉଡାଇ ଦେଇଛି ।ଗୋଟିଏ ମେଡିକାଲର ୩୫ ଜଣ ସ୍ୱାସ୍ଥ୍ୟକର୍ମୀ ଏବେ କରେନା ଆକ୍ରାନ୍ତ । ପୂର୍ବରୁ ଏହି ମେଡିକାଲର ୨୫ ଜଣ ସ୍ୱାସ୍ଥ୍ୟକର୍ମୀ କରେନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।ଏବେ ସେଠାରେ ୩ ଜଣରୋଗୀଙ୍କ କରେନା ପଜେଟଭି ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୧୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସଙ୍ଗରୋଧରେ ରଖାଯାଇ ସେମାନଙ୍କ ଟେଷ୍ଟ କରାଯାଇଥିଲା ।ଯେଉଁଥିରେ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । କରେନା ପ୍ରତିକାର ମୂଳକ ପୋଷାକ ବା ପି ପି ଇ ବ୍ୟବହାର ପରେବି ଏମାନେ କିଭଳି ଆକ୍ରାନ୍ତ ହେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.