ସ୍ବାମୀ ସହିତ କଥା ହେବା ପାଇଁ ବାପା ମା ଦେଲେନି iPhone, ରାଗିଯାଇ ବ୍ଲେଡରେ 100ରୁ ଅଧିକ ଥର ହାତ କାଟିଦେଲା ଝିଅ

ନୂଆଦିଲ୍ଲୀ: ବିହାର ମୁଙ୍ଗେରର ଜମାଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଆଇଫୋନ ପାଇଁ ହାତ କାଟିଦେଲା ଝିଅ । ବାରମ୍ବାର ଜିଦି କରିବା ସତ୍ତ୍ବେ ପରିବାର ଲୋକେ ରାଜି ହୋଇନଥିଲେ ।

ମୋହନପୁର ଖଲାସି ମୋହଲ୍ଲାର ବାସିନ୍ଦା ଶମ୍ଭୁ ବିନ୍ଦଙ୍କ ଝିଅ ଖୁସବୁ କୁମାରୀ ଗତ ତିନି ମାସ ଧରି ତାଙ୍କ ବାପାମାଆଙ୍କଠାରୁ ଦେଢ଼ ଲକ୍ଷ ଟଙ୍କାର ଏକ ଆଇଫୋନ୍ ଦାବି କରୁଥିଲେ । ଅନେକ ଥର ବୁଝାଇବା ଏବଂ ନିଜର ବାଧ୍ୟବାଧକତା ପ୍ରକାଶ କରିବା ସତ୍ତ୍ୱେ, ଖୁସିବୁ ତାଙ୍କ ପିତାମାତାଙ୍କ ସମସ୍ୟା ବୁଝି ପାରୁ ନଥିଲେ ।

ଏହାରି ଭିତରେ ସୋମବାର ଅପରାହ୍ନରେ, ଖୁସବୁ ତାଙ୍କ ମାଆଙ୍କୁ ଫୋନ୍ ଦେବାକୁ ଜିଦ୍ କରିବାକୁ ଲାଗିଲେ । ଯେତେବେଳେ ମାଆ ମନା କଲେ, ସେ ନିଜକୁ କୋଠରୀରେ ବନ୍ଦ କରିଦେଲେ ଏବଂ ବ୍ଲେଡରେ ତାଙ୍କ ବାମ ହାତକୁ କାଟିବାକୁ ଲାଗିଲେ । ସେ ବ୍ଲେଡ୍‌ରେ ଥରେ କି ଦୁଇଥର ନୁହେଁ ବରଂ ଶହେ ଥରରୁ ଅଧିକ ଥର ନିଜ ହାତ କାଟିଥିଲେ ।
ଏହା ପରେ, ଯେତେବେଳେ ତାଙ୍କ ମାଆ ତାଙ୍କ ଝିଅର କଟା ହାତ ଦେଖିଲେ, ସେ ତୁରନ୍ତ ତାଙ୍କୁ ଜମାଲପୁରର ସରକାରୀ ଡାକ୍ତରଖାନାକୁ ନେଇଗଲେ ଯେଉଁଠାରେ ଡାକ୍ତରମାନେ ଝିଅଟିକୁ ଉନ୍ନତ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ରେଫର କରିଥିଲେ । ଝିଅର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

6 ମାସ ପୂର୍ବରୁ ଲୁଚି ଛପି ବାହା ହୋଇଯାଇଥିଲେ । ତେବେ ତାଙ୍କ ସହିତ କଥା ହେବାରେ ସମସ୍ୟା ହେବା କାରଣରୁ ଆପଲ ଆଇଫୋନ କିଣିବାକୁ ଜିଦି କରିଥିବା ସେମାନେ କହିଛନ୍ତି । ପରିବାର ଲୋକେ ଦିନ ମଜୁରିଆ ଥିବାରୁ ସେମାନେ ଆଇଫୋନ ଦେବାରେ ସକ୍ଷମ ହୋଇପାରି ନଥିଲେ ।