fbpx

୪ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ପଢ଼ନ୍ତୁ ସେମାନେ କିଏ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୪ ଜଣ ପୋଲିସ୍ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ୨୦୧୭ର ଏକ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ଜୟପୁର ଟାଉନଥାନାରୀ ପୂର୍ବତନ ଆଇଆଇସି ତପନ ରଥଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେହିପରି ପୂର୍ବତନ ସବଇନିସ୍ପେକ୍ଟର୍ ଶିବପ୍ରସାଦ ସାହୁ, ପୂର୍ବତନ ସବଇନିସ୍ପେକ୍ଟର୍ ରାଜେଶ ବଳିୟାରସିଂ, ତତ୍କାଳୀନ ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ପୋଲିସ୍ ଅଧିକାରୀଙ୍କ ସଂପୃକ୍ତି ନେଇ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଏସପି ରାମଚନ୍ଦ୍ର ଥମ୍ବ ଏହି ହତ୍ୟା ମାମଲାର ଛାନଭିନ୍ କରିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.