ଚିକେନ ନେଇ ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ, ଗାଁ ଦାଣ୍ଡରେ ପଡିଛି ଖଣ୍ଡ ବିଖଣ୍ଡିତ ମୃତଦେହ

ଭୁବନେଶ୍ବର: ନୂଆବର୍ଷର ଖୁସିର ଦିନରେ ଗାଁରେ ପଡିଲା ରକ୍ତଛିଟା । ଚିକେନ ଆଣି ଫେରୁଥିବା ବେଳେ ଖଣ୍ଡାରେ ଖଣ୍ଡ ଖଣ୍ଡ କଲା ଯୁବକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରେ ଘଟିଛି ଏହି ଛାତିଥରା ହତ୍ୟାକାଣ୍ଡ । କାମାକ୍ଷାନଗର ପରଜଙ୍ଗ ଥାନା ବସୋଈ ଗାଁରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ବସୋଇ ଗାଁର ରାକେଶ ସେଠୀଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବସୋଈ ଗାଁର ରାକେଶ ସେଠୀକୁ ଗାଁ ଦାଁଣ୍ଡରେ ଗୋଡେଇ ମକୁ ବିଶ୍ୱାଳ ହାଣିଛି । ତେବେ ହତ୍ୟାକାଣ୍ଡ ପଛର କାରଣ ଜଣାପଡି ନାହିଁ, କିନ୍ତୁ ପୂର୍ବ ଶତ୍ରୁତା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି । ଛକରୁ ଚିକେନ ନେଇ ଯାଉଥିବା ବେଳେ ରାକେଶକୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା । ମୁଣ୍ଡ, ଗଣ୍ଡି, ହାତ ଗୋଡ଼ ସବୁ ଅଲଗା କରିଲା ଭଳି ହାଣିଥିଲା । ତେବେ ବିଭତ୍ସ ହତ୍ୟା କରି ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ପୋଲିସ ଖୋଲିବା ପାଇଁ ପ୍ରୟାସ ଜାରି ରଖିଛି । ଅଭିଯୋଗ ପରେ ପରଜଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।