fbpx

(Video) ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା; ସତ ମାନି ଜେଲ ଗଲେ ସ୍ୱାମୀ ଓ ଭାଉଜ, ପରକୀୟା ପ୍ରୀତି ପାଇଁ…

Advertisement

ମୟୂରଭଞ୍ଜ: (ଓଡ଼ିଶା ଭାସ୍କର) ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ୭ ମାସର ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ଉଠିଛି  ପରଦା।  ସ୍ୱାମୀ ମାନସ କାର୍ଜି ସ୍ତ୍ରୀ ସିପିକୁ ହତ୍ୟା କରିଥିବା ସ୍ୱୀକାର କରିଛି। ସ୍ୱୀକାର ପରେ ପୋଲିସ ଘଟଣାର ପୁନରାବୃତ୍ତି  କରାଇ ପରଖିଛି । ପରକୀୟା ପ୍ରୀତି କାରଣରୁ ହତ୍ୟାକାଣ୍ଡ ଘଟାଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଜନୈକା ସମ୍ପର୍କୀୟ ଭାଉଜ ସହିତ ଅନୈତିକ ସମ୍ପର୍କ କାରଣରୁ ସମ୍ପୃକ୍ତା ମହିଳା, ମାନସ ସହ ମିଶି ସିପିକୁ ମାରିବା ପରେ ଆତ୍ମହତ୍ୟା ରୂପ ଦେବାକୁ ଟାଙ୍ଗି ଦେଇଥିଲେ।

ପରେ ପୁଣି ନିଜେ ଗୋଟିଏ ଅଟୋରେ ଠାକୁରମୁଣ୍ଡା ମେଡିକାଲ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ସେଠାରୁ ଶବ ଯାଇଥିଲା କରଞ୍ଜିଆ ବ୍ୟବଛେଦ ପାଇଁ। ଝିଅର ବାପାଙ୍କ ଏତଲାକ୍ରମେ ଏଣେ ଥାନାରେ ଅଟକ ରହିଥିଲା ସ୍ୱାମୀ। ପୋଲିସ ହାତରେ ସୁରାକ ଲାଗିବା ପରେ ଶନିବାର ପୋଲିସ ଘରକୁ ଯାଇ  ତଦନ୍ତ କରିବା ସହ ସିନ ପୁନରାବୃତ୍ତି କରାଇଥିଲେ। ରବିବାର ପୋଲିସ ତଦନ୍ତର ସଫଳତାକୁ ନେଇ ସୂଚନା ଦେବ ବୋଲି କହିଥିଲା। ପୋଲିସ ଘଟଣାର ପୂର୍ଣ୍ଣ ବିବରଣୀ ପାଇବା ପରେ ଉକ୍ତ ଭାଉଜ ସନ୍ଧ୍ୟାରାଣୀ କାର୍ଜିକୁ ମଧ୍ୟ ଗିରଫ କରିଛି।

ଉଭୟ ମିଶି ୮ ତାରିଖ ରାତିରେ ମାରିଥିଲେ ଗର୍ଭବତୀ ସିପିକୁ। ୯ ତାରିଖରେ ଆଣିଥିଲେ ମେଡିକାଲକୁ ଏବଂ ଖବର ଦେଇଥିଲେ ବାପ ଘରକୁ। ଠାକୁରମୁଣ୍ଡା ଥାନା କେଶ ନଂ ୪୫/୨୦୨୪ ଦଫା ୪୯୮ ଏ, ୩୦୪ (ବି), ୩୦୨, ୧୨୦ (ବି), ୩୪ ଆଇପିସି ଏବଂ ସେକ୍ସନ ୪ ଡିପି ଆକ୍ଟ ବଳରେ ଉଭୟ ଆସାମୀ ମାନସ ଏବଂ ସନ୍ଧ୍ୟାରାଣୀ କାର୍ଜିଙ୍କୁ ୧୨ ତାରିଖ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଘଟଣାର ପର୍ଦ୍ଦାଫାଶ କରିଥିବା ଜଣା ପଡ଼ିଛି।

Get real time updates directly on you device, subscribe now.