fbpx

ମୋନାଲିସା ପେଣ୍ଟିଂରେ ଏମିତି କଣ ରହସ୍ୟ ରହିଛି, ଯାହାର ଦାମ୍ ୬.୪ ହଜାର କୋଟି ଟଙ୍କା; ପଢ଼ନ୍ତୁ ପୂରା କାହାଣୀ

ନୂଆଦିଲ୍ଲୀ: ଆପଣ ମାନଙ୍କ ମଧ୍ୟରୁ ଇଟାଲୀର ମହାନ୍ ଦାର୍ଶନିକ ତଥା ପେଣ୍ଟର୍ ଲିଓନାର୍ଦୋ ଦା ୱିଚୀଙ୍କ ବିଷୟରେ ଜାଣିଥିବେ ନିଶ୍ଚୟ । ୟୂରୋପୀୟ ପୂର୍ନଜାଗରଣ କାଳରେ ଅନେକ ଦାର୍ଶନିକ ରହିଥିଲେ । ସେମାନଙ୍କ ମଧ୍ୟରୁ ୱିଚୀ ହେଉଛନ୍ତି ଜଣେ । ତାଙ୍କ ଦ୍ୱାରା ତିଆରି କରାଯାଇଥିବା ମୋନାଲିସା ପେଣ୍ଟି ଆଜି ବି ରହସ୍ୟମୟୀ ହୋଇରହିଛି । ଏହି ପେଣ୍ଟିଂରେ ଏମିତି କଣ ରହିଛି । ଯାହାକୁ ନେଇ ଅନେକ ବିଶେଷଜ୍ଞ ବିଭିନ୍ନ ପ୍ରକାରର ଅନୁସନ୍ଧାନ କରିଛନ୍ତି ? ତେବେ ଆଜି ଆମେ ଏହି ପେଣ୍ଟିଂର ରହସ୍ୟା ସମ୍ପର୍କରେ ଜାଣିବା ।

 

ତେବେ କାରଣ ଜାଣିବା ପୂର୍ବରୁ ଜାଣି ରଖନ୍ତୁ ଯେ, ଏହି ପେଣ୍ଟିଂର ଦାମ୍ ପାଖାପାଖି ୮୬୭ ମିଲିୟନ୍ ଡଲାର୍ । ଭାରତୀୟ ମୁଦ୍ରାରେ ୬.୪ ହଜାର କୋଟି ଟଙ୍କା । ଲିଓନାର୍ଦୋ ଦା ୱିଚୀ ଏହାକୁ ୧୫୦୩ ମସିହାରେ ତିଆରି କରିବା ଆରମ୍ଭ କରିଥିଲେ । ୧୫୧୭ ମସିହା ପର୍ଯ୍ୟନ୍ତ ଏହାକୁ ତିଆରି କରିବା ପ୍ରକ୍ରିୟା ତାଙ୍କର ଜାରି ରହିଥିଲା । ତେବେ ତାଙ୍କୁ ସବୁଠୁ ଅଧିକ ପରିଶ୍ରମ ମୋନାଲିସାର ଓଠ କୁ କରିବାକୁ ଲାଗିଥିଲା । କେବଳ ଓଠ କରିବାକୁ ତାଙ୍କୁ ୧୨ ବର୍ଷ ଲାଗିଗଲା ।

ମୋନାଲିସା ପେଣ୍ଟିଂର ସବୁଠାରୁ ବଡ଼ ରହସ୍ୟ ହେଉଛି ଓଠର ହସ । ଅନେକ ବର୍ଷ ଧରି ବିଶେଷଜ୍ଞ ମାନେ ମୋନାଲିସାର ହସ ଉପରେ ଅଧ୍ୟୟନ କରିଥିଲେ । ତେବେ ପେଣ୍ଟିଂରେ ଓଠର ହସକୁ ଅଲଗା ଅଲଗା ଦିଗରୁ ଦେଖିଲେ ଭିନ୍ନ ଭିନ୍ନ ଦେଖାଯାଏ । ଯଦି ଆପଣ ଏହାକୁ ଗୋଟିଏ ଦିଗରୁ ଦେଖିବେ ତେବେ ଏହା ହସୁଥିବା ଦେଖାଯିବ । ଅନ୍ୟ ପଟରୁ ଦେଖିଲେ ନହସିବା ପରି ଦିଶିବ ।

କୁହାଯାଏ ଯେ, ଲିଓନାର୍ଦୋ ଯେଉଁ ମହିଳାଙ୍କ ପେଣ୍ଟିଂ ତିଆରି କରିଛନ୍ତି ସେ ନିଜ ଭିତରେ ଅନେକ ରାଜ୍ ଲୁଚାଇ ରଖିଛନ୍ତି । ତେଣୁ ମୋନାଲିସା ହସ ଅନେକ ରହସ୍ୟମୟୀ ଦେଖାଯାଏ । କିଛି ବର୍ଷ ତଳେ ଜଣେ ଡାକ୍ତର ଏକ ରହସ୍ୟ ସମ୍ପକରେ କହିଥିଲେ । ସେ କହିଥିଲେ ମୋନାଲିସାଙ୍କ ଉପର ଦୁଇଟି ଦାନ୍ତ ଭାଙ୍ଗିଯାଇଛି । ଏହି କାରଣରୁ ଉପର ଓଠକୁ ଦବେଇ ରଖିଛନ୍ତି ।

ଏହା ପଛରେ ଏପରି ଅନେକ ରହସ୍ୟ ରହିଛି । ହେଲେ ପ୍ରକୃତଟି କଣ ତାହା ଜଣାପଡ଼ିନାହିଁ । ଲିଓନାର୍ଦୋଙ୍କ ଦ୍ୱାରା କରାଯାଇଥିବା ଏହି ପେଣ୍ଟିଂ ଆଜି ପର୍ଯ୍ୟନ୍ତର ସବୁଠାରୁ ଦାମୀ ପେଣ୍ଟିଂ । ତେବେ ଅନେକ ଅନୁମାନ କରୁଛନ୍ତି ଯେ, ମୋନାଲିସା ଆଉ ନୁହନ୍ତି, ସେ ହେଉଛନ୍ତି ନିଜେ ଲିଓନାର୍ଦୋ । ସେ ନିଜକୁ ଜଣେ ମହିଳା ରୂପରେ ସଜାଇ ପେଣ୍ଟିଂ ଟି କରିଛନ୍ତି ।

Get real time updates directly on you device, subscribe now.