fbpx
BJD SKY
BJD SKY

Video: ମୁଁ ଏଇଠି ଛିଡା ହୋଇଥିଲି, ମନ୍ତ୍ରୀ କାରରୁ ବାହାରିଲେ, ସିଧା ଛାତିକୁ ଗୁଳି ଦାଗିଦେଲି

BJD

ଝାରସୁଗୁଡା: ଆଜି ଗୋପାଳକୁ ନେଇ ସିନ ରିକ୍ରିୟେସନ୍ କରିଛି କ୍ରାଇମବ୍ରାଞ୍ଚ। ଆଉ ଦେଖିବାକୁ ମିଳିଛି ନବ ଦାସଙ୍କୁ ଗୋପାଳ କେମିତି କେଉଁଠି କିଭଳି ଗୁଳି କରିଥିଲା ଗୋପାଳ। ଆଉ ସେତେବେଳେ ମନ୍ତ୍ରୀ ନବଦାସ କୋଉଠି ଛିଡ଼ା ହୋଇଥିଲା ଏବଂ କେତେ ଦୁରତାରୁ ଗୁଳି ମାରିଛି। ଏସବୁ ବାବଦରେ ଗୋଟ ଗୋଟି ପଚାରିଥିଲା କ୍ରାଇମବ୍ରାଞ୍ଚ। ତେବେ ଦୁରତା ମାତ୍ର ୪ ଫୁଟ ରହିଥିଲା। ପୁରା ନିଶ୍ଚିତ ହେଲା ପରେ ଗୁଳି ମାରିଥିଲା ଗୋପାଳ। ଖାଲି ସେତିକି ନୁହେଁ। ଗୋପାଳ ପୁର୍ବ ପ୍ରସ୍ତୁତି କେମିତି କରିଥିଲା। କେଉଁଠୁ କେଉଁଠିକୁ କେମିତି ଆସିଥିଲା ଏସବୁ ବିଷୟରେ ସେହି ସ୍ଥାନ ସବୁ ବୁଲି ଦେଖାଇଥିଲା।

ଗୋପାଳ ନିଜର ବାଇକ୍ ଯୋଗେ ସେହିସ୍ଥାନକୁ ଯାଇଥିଲା। ଆଉ ମନ୍ତ୍ରୀଙ୍କ ପାଖକୁ ଯାଇ ଗୁଳି କରିଥିଲା। ପରେ ସେହି ବାଇକରେ ଗୋପାଳ ଫେରର ହୋଇଯିବାକୁ ଚେଷ୍ଟାକରିବା କଥାବି କୁହାଯାଉଥିଲା । କିନ୍ତୁ ମନ୍ତ୍ରୀଙ୍କୁ ଗୁଳି କରିବାପରେ ପରେ ଗୋପାଳକୁ କାବୁ କରିନିଆଯାଇଥିଲା ।

Get real time updates directly on you device, subscribe now.