ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ
ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କଲା କ୍ରାଇମବ୍ରାଞ୍ଚ ଟିମ୍ ।
ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ଗୁମର ଫିଟିବାରେ ଲାଗିଛି । ନବ ଦାସଙ୍କ ପରିବାରର ବୟାନ ରେକର୍ଡ ପରେ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସାନି ତଦନ୍ତ ବେଳେ ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।
ଆଜି ସକାଳୁ ସକାଳୁ ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କଲା କ୍ରାଇମବ୍ରାଞ୍ଚ ଟିମ୍ । ପରିବାର ଲୋକଙ୍କ ବୟାନ ପରେ ବିମାନ ବନ୍ଦରରେ ଖୋଳତାଡ କରିଛି ।
ଗତକାଲି ବୟାନ ରେକର୍ଡ ପରେ ଖୋଳତାଡ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରକାଶଥାଉକି, ଗୁଳିକାଣ୍ଡ ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ ହୋଇଥିଲେ ନବ ଦାସ ।
କେତେବେଳେ, କିପରି ହୋଇଥିଲା ଏୟାରଲିଫ୍ଟ ସେନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏୟାରଲିଫ୍ଟ ବେଳେ କିଏ ରହିଥିଲେ ସବୁକିଛିର ଖୋଳତାଡ ହୋଇଥିବା ସୂଚନା ରହିଛି । ଏୟାରଲିଫ୍ଟ ଭିତରେ କିଛି ଗୁମର ରହିଛି କି ସେନେଇ ମଧ୍ୟ ଚର୍ଚ୍ଚା ବୃଦ୍ଧି ପାଇଛି ।
ବିମାନବନ୍ଦରରେ ଖୋଳତାଡ ପରେ ସରବାହାଲ ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ସାନି ତଦନ୍ତର ଦ୍ବିତୀୟ ଦିନରେ ନବଙ୍କ ବାସଭବନରେ ଖୋଳତାଡ୍ କରୁଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳ ସାହୁ ନା ଆଉ କିଏ ହତ୍ୟାକାରୀ ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।