fbpx

ନାବାଳକ ସହ ଯୌନ ଶୋଷଣ ଅଭିଯୋଗ: ୨୯ ବର୍ଷୀୟ ମହିଳାଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇ: ନାବାଳକକୁ ଯୌନ ଶୋଷଣ ଅଭିଯୋଗରେ ୨୯ ବର୍ଷୀୟ ମହିଳା ଗିରଫ । ମହାରାଷ୍ଟ୍ରର ଅକୋଲାରେ ନାବାଳକ ସହ ଯୌନ ଶୋଷଣ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ସୋ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସର ସୂଚନା ଅନୁଯାୟୀ ୨୯ ବର୍ଷୀୟ ମହିଳା ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ ଏବଂ ନିଜ ଭଉଣୀଙ୍କୁ ଝିଅଙ୍କୁ ପାଖରେ ରଖିଥିଲେ ।

ପୋଲିସ ଅଧିକାରୀଙ୍କ କହିଛନ୍ତି ଯେ ମହିଳା ଜଣକ ଏକ ଡାଲି ଫ୍ୟାକ୍ଟ୍ରୀରେ କାମ କରୁଥିଲେ ସେଠାରେ ଜଣେ ୧୭ ବର୍ଷର ନାବାଳକ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଆଗକୁ ବଢ଼ିଥିଲା ଏବଂ ମହିଳା ନାବାଳକକୁ ଧରି ସହର ଛାଡ଼ି ପଳାଇଥିଲେ । ସେପଟେ ଘରେ ଥିବା ଭଉଣୀଙ୍କ ଝିଅ ମାଉସୀକୁ ନପାଇ ପଡ଼ୋଶୀକୁ କହିଥିଲେ ଏବଂ ଏହାପରେ ମାମଲା ପୋଲିସ ପାଖରେ ପହଞ୍ଚିଥିଲା ।

ଏମଆଇଡିସି ଥାନା ପୋଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା । ଏହାପରେ ଗତ ୯ ତାରିଖରେ ନାବାଳକ ଜଣକ ନିଜ ଘରକୁ ଫେରିଥିଲେ ଏବଂ ପୋଲିସକୁ ଘଟଣାକ୍ରମ ଜଣାପଡ଼ିଥିଲା । ପୋଲିସ ନାବାଳକଠାରୁ ସୂଚନା ପାଇବା ପରେ ମହିଳାଙ୍କୁ ଗିରଫ କରିଥିଲା ଏବଂ କୋର୍ଟରେ ହାଜର କରିଥିଲା ।

Get real time updates directly on you device, subscribe now.