fbpx

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଂସଦ ରମେଶ ଚନ୍ଦ୍ର ମାଝୀ

ନବରଙ୍ଗପୁର, ୨୩ା୯(ଓଡ଼ିଶା ଭାସ୍କର): କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ସେ ଗତ ୪ତାରିଖରେ କରୋନା ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । କରୋନାରେ ସଂକ୍ରମିତ ହେବା ପରେ ଉମରକୋଟ ସ୍ଥିତ ନିଜ ବାସଭବନରେ ହୋମ ଆଇସୋଲେସନରେ ରହିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଲୋକଙ୍କ ଭଲ ପାଇବା ଯୋଗୁଁ ସେ କରୋନାକୁ ହରାଇବା ପାଇଁ ସକ୍ଷମ ହୋଇଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.