fbpx

ଆଜି ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡୁ; ଉପମୁଖ୍ୟମନ୍ତ୍ରୀ ହେବେ ପବନ କଲ୍ୟାଣ

ହାଇଦ୍ରାବାଦ: ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ବନ୍ଦୀ ସଞ୍ଜୟ କୁମାରଙ୍କ ସମେତ ବହୁ ନେତା ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ଅମିତ ଶାହା ଏବଂ ଜେପି ନଡ୍ଡା ଏହି ସମାରୋହରେ ଯୋଗ ଦେବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି।

ଏହା ପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ବିଧାୟକମାନେ ନାଇଡୁଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଥିଲେ। ଏନଡିଏ ନେତାଙ୍କ ଅନୁରୋଧ କ୍ରମେ ରାଜ୍ୟପାଳ ଏସ୍ ଅବଦୁଲ ନଜିର ମଙ୍ଗଳବାର ନାଇଡୁଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ପରେ ନାଇଡୁ ରାଜଭବନରେ ନାଜିରଙ୍କୁ ଭେଟିଥିଲେ। ଚନ୍ଦ୍ରବାବୁ ନାଇଡୁ ବିଜୟୱାଡ଼ା ଉପକଣ୍ଠ କେସରାପଲ୍ଲୀର ଗନ୍ନାଭରମ୍ ବିମାନବନ୍ଦର ସମ୍ମୁଖ ମେଧା ଆଇଟି ପାର୍କ ନିକଟରେ ପୂର୍ବାହ୍ନ ୧୧ଟା ୨୭ରେ ଶପଥ ଗ୍ରହଣ କରିବେ।

ନାଇଡୁଙ୍କ ସହ ଜନସେନା ମୁଖ୍ୟ ପୱନ କଲ୍ୟାଣ ଏବଂ ଏହାର ବରିଷ୍ଠ ନେତା ଏନ୍ ମନୋହର, ନାଇଡୁଙ୍କ ପୁଅ ନାରା ଲୋକେଶ ଏବଂ ଟିଡିପିର ଆନ୍ଧ୍ରପ୍ରଦେଶ ନେତା ଅଚେନ୍ ନାଇଡୁ ଶପଥ ନେବାର ସମ୍ଭାବନା ରହିଛି। ପୱନ କଲ୍ୟାଣ ଡେପୁଟି ସିଏମ ହେବାକୁ ଯାଉଛନ୍ତି। ଆନ୍ଧ୍ରପ୍ରଦେଶ ବିଧାନସଭାରେ ୧୭୫ ଟି ଆସନ ରହିଛି। ସେହି ଅନୁଯାୟୀ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରହିପାରନ୍ତି ୨୬ ଜଣ ମନ୍ତ୍ରୀ। ତେବେ ନାଇଡୁଙ୍କ ସମେତ ୨୫ ଜଣ ମନ୍ତ୍ରୀ ଶପଥ ନେବାର ରହିଛି ସମ୍ଭାବନା।

ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ତାଲିକା

ଚନ୍ଦ୍ରବାବୁ ନାଇଡୁ
ପୱନ କଲ୍ୟାଣ (ଜେଏସପି)
କିଂଜରାପୁ ଅଚ୍ଚେନ୍ଦେଦୁ
କୋଲ୍ଲୁ ରବୀନ୍ଦ୍ର
ନଡେନ୍ଦଲା ମନୋହର (ଜେଏସ୍ପି)
ପି ନାରାୟଣ
ବଙ୍ଗଲାପୁଡ଼ି ଅନିତା
ସତ୍ୟକୁମାର ଯାଦବ (ବିଜେପି)
ନିମ୍ମଲା ରମାନାଇଡ଼ୁ
ଏନଏମଡି ଫାରୁକ୍
ଅନାମ ରାମନାରାୟଣ ରେଡ୍ଡୀ
ପାୟାବୁଲା କେଶବ
ଅଗ୍ନି ସତ୍ୟପ୍ରସାଦ
କୋଲୁସୁ ପାର୍ଥସାରଧୀ
ଡୋଳ ବଲବୀରଞ୍ଜେୟସ୍ବାମୀ
ଗୋଟିପତି ରବି
କାଣ୍ଡୁଲା ଦୁର୍ଗେଶ (ଜେଏସପି)
ଗୁମ୍ମାଡ଼ି ସନ୍ଧ୍ୟାରାଣୀ
ବିସି ଜନାର୍ଦ୍ଦନ ରେଡ୍ଡୀ
ଟିଜି ଭରତ
ଏସ୍ ସବିତା
ବାସମଶେଟ୍ଟୀ ସୁଭାସ
କୋଣ୍ଡାପଲ୍ଲୀ ଶ୍ରୀନିବାସ
ରାମ ପ୍ରସାଦ ରେଡ୍ଡୀ
ନାରା ଲୋକେଶ

Get real time updates directly on you device, subscribe now.