fbpx

(Video) ପିଲାଙ୍କ ନାଁ ମାହାଲ ମାଣ୍ଡା, ବାପା ନାଁ ମାହାଲ ମାଣ୍ଡା ପ୍ରୋ… ଭାଇରାଲ ହେଉଛି ଆଡମିଟ କାର୍ଡ

ଓଡ଼ିଶା ଭାସ୍କର: ଓଡ଼ିଶାରେ ଶିକ୍ଷକତା କରିବେ ‘ମାହାଲ ମାଣ୍ଡା’ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପରୀକ୍ଷା ଦେଉଛନ୍ତି ମାହାଲ ମାଣ୍ଡା ଶିକ୍ଷକ । ସ୍କୁଲକୁ ନୂଆ ସାର୍ ହୋଇ ଆସୁଛନ୍ତି ମାହାଲ ମାଣ୍ଡା । ଏମିତି କହିବା ପଛରେ ରହିଛି ଏକ ବଡ଼ କାରଣ । ଏହି ମାହାଲ ମାଣ୍ଡା ନାମରେ ଏବେ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ କ୍ୟାଣ୍ଡିଡେଟ ମାନେ ନିଜ ନାମ ପଞ୍ଜିକୃତ କରିଛନ୍ତି । ଯାହାପରେ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ଆଡମିଟ କାର୍ଡ ମଧ୍ୟ ମଳିଛି । ଏହି ଆଡମିଟ କାର୍ଡରେ ଏମିତି ସବୁ ନାମ ରହିଛି ଯାହାକୁ ଶୁଣିଲା ପରେ ଆପଣ ମାନେ ବି ପୁରା ଅଶ୍ଚର୍ଯ୍ୟ ହୋଇଯିବେ ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକାରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥିମାନଙ୍କ ଆଡମିଟ କାର୍ଡକୁ ନେଇ ଏବେ ଚର୍ଚ୍ଚା ହେଉଛି । କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଜଣେ ପ୍ରାର୍ଥିଙ୍କର ନାମ ହେଉଛି ମାହାଲ ମାଣ୍ଡା । ସେହିପରି ବାପାଙ୍କ ନାମ ସ୍ଥାନରେ ରହିଛି ‘ମାହାଲ ମାଣ୍ଡା ପ୍ରୋ’ । ଆଡମିଟ କାର୍ଡରେ ଏଭଳି ଭାବରେ ଲେଖା ଯାଇଥିବା ଦେଖିବାକୁ ମିଳିଛି । ଏହି ଶ୍ରୀ ଗୁରୁ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପ୍ରାର୍ଥିମାନେ ଏହି ପରୀକ୍ଷା ଦେଉଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ତେବେ ଗତବର୍ଷ ନଭେମ୍ବର ୯ ତାରିଖରେ ଏହି ପରୀକ୍ଷା ହୋଇଥିଲା । କିନ୍ତୁ ଏବେ ଏହି ଆଡମିଟ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଜୁନିୟର ଟିଚର ପାଇଁ ମାହାଲ ମାଣ୍ଡା ନାମରେ ପଞ୍ଜିକୃତ କରିଥିଲେ ଜଣେ ପ୍ରାର୍ଥି । ତେବେ ଏହି ପ୍ରାର୍ଥି ଜଣକ ଯଦି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ସେ ପାଠ ପଢ଼ାଇବେ । ଏହି ମାହାଲ ମାଣ୍ଡା ହେଉଛି ଗୋଟିଏ ଓଡ଼ିଆ କମେଡି ଭିଡିଓର ଡାଏଲଗ୍ । ମାହାଲ ମାଣ୍ଡା ଡାଏଲଗ୍ ପୁରା ଓଡ଼ିଶାରେ ଚହଳ ପକାଇଥିଲା । ସମସ୍ତଙ୍କ ମୁହଁରେ ଥିଲା ମାହାଲ ମାଣ୍ଡା ବାବା । ଆଉ ଏବେ ଏହି ନାମରେ ଏବେ ଜୁନିୟର ଟିଜର ପାଇଁ ନିଜ ନାମକୁ ପଞ୍ଜିକୃତ କରାଯାଇଛି ।

Get real time updates directly on you device, subscribe now.