fbpx
BSKY
BJD MC SKY
BJD YOUTH SKY

ଏଣିକି ଓଡ଼ିଶାରେ ହେବ ନାର୍କୋ ପରୀକ୍ଷା: ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା SFSL

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ମାମଲାରେ ଜଡ଼ିତ ଥିବା ଅପରାଧୀଙ୍କ ନାର୍କୋ ଟେଷ୍ଟ ପାଇଁ ଏଣିକି ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି । ଖୁବଶୀଘ୍ର ରାଜ୍ୟରେ ନାର୍କୋ ଟେଷ୍ଟ କରାଯିବ । ଷ୍ଟେଟ୍ ଫରେନସିକ୍ ସାଇନ୍ସ ଲାବରେଟୋରୀ (ଏସଏଫଏସଏଲ) ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି । ରାଜ୍ୟରେ ନାର୍କୋ ଟେଷ୍ଟ ସୁବିଧା ନଥିବାରୁ ଓଡ଼ିଶା ପୋଲିସକୁ ବିଭିନ୍ନ ସମୟରେ ଦିଲ୍ଲୀ ଓ ଗୁଜରାଟ ଭଳି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ।

ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ ଗୁଜରାଟର ଗାନ୍ଧିନଗରରେ କରାଯାଇଥିଲା । ତେବେ ଅନ୍ୟ ରାଜ୍ୟକୁ ଅପରାଧୀଙ୍କୁ ନେଇ ନାର୍କୋ ଟେଷ୍ଟ କରାଇବାରେ ବହୁ ଅର୍ଥ ବ୍ୟୟ ହେଉଛି । ତେଣୁ ରାଜ୍ୟରେ ଏହି ଟେଷ୍ଟ ସୁବିଧା ଉପଲବ୍ଧ କରାଇବାକୁ ଏସଏଫଏସଏଲ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ମିଳିବା ପରେ ବଛା ବଛା ଡାକ୍ତର ଓ ଫରେନସିକ୍ ମନସ୍ତତ୍ତ୍ୱ ବିଶେଷଜ୍ଞଙ୍କୁ ଏସଏଫଏସଏଲ ନିଯୁକ୍ତି ଦେବ ।

ନାର୍କୋ ଟେଷ୍ଟ ଏକ ଜଟିଳ ପରୀକ୍ଷା ହୋଇଥିବା ବେଳେ ଏଥିରେ ସାମାନ୍ୟ ଭୁଲ୍ ହେଲେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ । ଏଭଳି କି ଅଭିଯୁକ୍ତ କୋମାକୁ ମଧ୍ୟ ଯାଇ ପାରନ୍ତି । ସେଥିପାଇଁ ଏହି ପରୀକ୍ଷା କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ମତି ନିଆଯାଇଥାଏ । ତେବେ ଏସଏଫଏସଏଲର କ୍ଷମତା ବଢ଼ାଇବା ପାଇଁ ନାର୍କୋ ଟେଷ୍ଟ, ମସ୍ତିଷ୍କ ମ୍ୟାପିଂ, ମିଥ୍ୟା ଚିହ୍ନଟ ବିଭାଗର ଉନ୍ନତିକରଣ କରାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

Get real time updates directly on you device, subscribe now.