fbpx

ଲକ୍ ଡାଉନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍

ନୂଆଦିଲ୍ଲୀ, ୨୩ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ୩୯୦ରୋଗୀଙ୍କ ମଧ୍ୟରୁ ୩୪୯ଭାରତୀୟ ଥିବା ବେଳେ ୪୧ଜଣ ବିଦେଶୀ ରହିଛନ୍ତି । ଏନେଇ ଦେଶର କିଛି ରାଜ୍ୟରେ ଲକ୍ ଡାଉନ ହୋଇଛି । ଏହି ଲକ୍ ଡାଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଲକ୍ ଡାଉନକୁ ନେଇ ହୋଇଥିବା ଗାଇଡ଼ଲାଇନକୁ ମାନନ୍ତୁ । କିଛି ଲୋକ ଏହାକୁ ଗମ୍ଭୀରତାର ସହ ନେଉନାହାନ୍ତି । ଦୟାକରି ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ରାଜ୍ୟସରକାରଙ୍କୁ ଅନୁରୋଧ କରି କହିଛନ୍ତି ନିୟମକୁ ପାଳନ କରନ୍ତୁ ।

Get real time updates directly on you device, subscribe now.