fbpx

ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରି ଦେଇଛନ୍ତି : ରାହୁଲ ଗାନ୍ଧି

ନୂଆଦିଲ୍ଲୀ, ୧୪ା୧୨: ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ରାଲି କରାଯାଇଛି । ସେହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି ରାହୁଲ ଗାନ୍ଧି । କୃଷକ ଓ ଶ୍ରମିକଙ୍କ ବିନା ଦେଶ ଆଗେଇ ପାରିବ ନାହିଁ ବୋଲି ରାହୁଲ କହିଛନ୍ତି । ଏହାସହ ମୋଦି ଟିଭିରେ ଦେଖାଯିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି । ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରି ଦେଇଛନ୍ତି । ଜିଡ଼ିପି ଅଭିବୃଦ୍ଧି ହାର ୯%ରୁ ୪%କୁ ଖସାଇ ଦିଆଯାଇଛି । ଯଦି ପୁରୁଣା ପଦ୍ଧତିରେ ବର୍ତ୍ତମାନର ଜିଡ଼ିପି ଅଭିବୃଦ୍ଧି ହାର ଦେଖାଯିବ ତେବେ ଏହା ୨.୫% ରହିଛି ବୋଲି ରାହୁଲ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ମାସ ୨୯ତାରିଖ ଦିନ ଦ୍ୱିତୀୟ ତିନି ମାସର ଅଭିବୃଦ୍ଧି ହାର ଜଣାପଡ଼ିଥିଲା । ଯେଉଁଥିରେ ପୁଣି ୦.୫% ହ୍ରାସ ପାଇ ଅଭିବୃଦ୍ଧି ହାର ୪.୫% ରେ ପହଞ୍ଚିଥିଲା । ପ୍ରଥମ ତିନିମାସରେ ଜିଡ଼ିପି ଅଭିବୃଦ୍ଧି ହାର ୫% ଥିଲା ।

Get real time updates directly on you device, subscribe now.