fbpx

ନେତାଜୀଙ୍କ ଜୟନ୍ତୀରେ ଦେଶବ୍ୟାପି ପାଳିତ ହେଲା ‘ପରାକ୍ରମ ଦିବସ’

AAKASH

ନୂଆଦିଲ୍ଲୀ, ୨୩ା୧: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୫ତମ ଜନ୍ମଦିନ । ନେତାଜୀଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।

୧୮୯୭ ଜାନୁଆରୀ ୨୩ରେ ନେତାଜୀ କଟକରେ ଜନ୍ମ ହୋଇଥିଲେ । ପରାକ୍ରମ ଦିବସ ପାଳନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ସମୁହ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପରାକ୍ରମ ଦିବସରୁ ଯୁବ ପୀଢ଼ି ପ୍ରେରଣା ପାଇବା ସହ ଦେଶ ମାତୃକା ପାଇଁ ନେତାଜୀଙ୍କ ବଳିଦାନକୁ ଦେଶ ମନେରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.