National Cancer Awareness Day 2024: ଏହି ୧୦ଟି ସୁପରଫୁଡ କ୍ୟାନ୍ସର ରୋଗୀଙ୍କୁ ଭଲ କରିଦେବ

ନୂଆଦିଲ୍ଲୀ: ଖାଦ୍ୟ କେବଳ ସ୍ୱାଦ ପାଇଁ ନୁହେଁ, ବେଳେବେଳେ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଭାରତୀୟ ରୋଷେଇରେ ଏପରି ଅନେକ ପନିପରିବା ଏବଂ ମସଲା ରହିଛି, ଯାହାକୁ ରେଗୁଲାର ସେବନ କଲେ, ଏଥିରେ କ୍ୟାନ୍ସର ଭଳି ଗମ୍ଭୀର ରୋଗରୁ ମଧ୍ୟ ବଞ୍ଚାଯାଇପାରିବ । ପ୍ରତିବର୍ଷ ୭ ନଭେମ୍ବରକୁ ନେସନାଲ କ୍ୟାନ୍ସର ଆୱାରନେସ ଡେ’ ଭାବେ ପାଳନ କରାଯାଇଥାଏ । ଯାହାର ଉଦ୍ଦେଶ୍ୟ ଭାରତରେ କ୍ୟାନ୍ସରର ନିରାକରଣ, ଆରମ୍ଭରୁ କିପରି ଚିହ୍ନିବେ ଏବଂ ଏହାର ଚିକିତ୍ସା ବିଷୟରେ ସଚେତନ କରାଇଥାଏ । ଏହାରି ମଧ୍ୟରେ ଆସନ୍ତୁ ଜାଣିବା କେଉଁ ୧୦ଟି ସୁପରଫୁଡ ଖାଇଲେ କ୍ୟାନ୍ସର କ୍ଷତକୁ ହ୍ରାସ କରିବା ସହ ଆପଣଙ୍କୁ ସୁସ୍ଥ ରଖିବ ।

ବ୍ରକୋଲୀ: ସବୁଜ ରଙ୍ଗର କୋବିକୁ ବ୍ରକୋଲୀ କୁହାଯାଇଥାଏ । ଏହା ସଲ୍ଫୋରାଫେନ ନାମକ ଯୌଗିକରେ ଭରପୁର, ଯାହା ଶରୀରରେ କ୍ୟାନ୍ସର ସେଲ୍ସକୁ ବଢାଇବାକୁ ରୋକିଥାଏ । ଖାସକରି ପେଟ, ବ୍ରେଷ୍ଟ ଏବଂ ପ୍ରୋଟେଷ୍ଟ କ୍ୟାନ୍ସର ବିପଦକୁ କମ କରିଥାଏ ।

ଗ୍ରୀନ ଟି: ଗ୍ରୀନ ଟି କେବଳ ଓଜନ ହ୍ରାସ କରିନଥାଏ, ବରଂ ଏହା କ୍ୟାନ୍ସର ସେଲ୍ସକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏଥିରେ କ୍ୟାଟେଚିନ୍ସ ନାମକ ଆଣ୍ଟିଅକ୍ସିଡେଣ୍ଟ ରହିତାଏ, ଯାହା ଶରୀରରେ ଫ୍ରୀ ରେଡିକଲ୍ସକୁ କଣ୍ଟ୍ରୋଲ କରିଥାଏ ।

ରଶୁଣ: ଏହା ରୋଷେଇଘରର ସୁପର ଇନଗ୍ରେଡିଏଣ୍ଟ ଅଛି,ଯାହା କୋଲନ ଏବଂ ପ୍ରୋଟେଷ୍ଟ କ୍ୟାନ୍ସରର କ୍ଷତକୁ କମ କରିଥାଏ । ଏଥିରେ ଏଲିସିନ ରହିଛି, ଯାହା ଏକ ଷ୍ଟ୍ରଙ୍ଗ ଆଣ୍ଟିଅକ୍ସିଡାଣ୍ଟ, ଯାହା କ୍ୟାନ୍ସର ସେଲ୍ସକୁ ବଢାଇଥାଏ ।

ଅଦା: ଅଦାରେ ଜିଂଜରାଲ ନାମକ ଏଜ ଯୌଗିକ ଭରପୁର ମାତ୍ରାରେ ମିଳିଥାଏ, ଯାହା ଇନଫ୍ଲେମେସନ ଏବଂ କଷ୍ଟକୁ କମ କରିଥାଏ ଏବଂ କ୍ୟାନ୍ସରକୁ ବଢିବାକୁ ଦେଇନଥାଏ ।

ଟମାଟୋ: ଲାଲ ରଙ୍ଗର ଛୋଟ ଛୋଟ ଟମାଟୋ ପ୍ରୋଟେଷ୍ଟ, ବ୍ରେଷ୍ଟ ଏବଂ ଲିଭର କ୍ୟାନ୍ସରକୁ କମ କରିପାରେ । ଏଥିରେ ଲାଇକୋପୀନ ରହିଥାଏ, ଯାହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୁର ହୋଇଥାଏ ।

ପାଳଙ୍ଗ: ପାଳଙ୍ଗରେ ଫୋଲେଟ ଏବଂ କାର୍ଟେନାଇଡସ ରହିଥାଏ, ଯାହା କ୍ୟାନ୍ସର ସେଲ୍ସକୁ ବଢିବାକୁ ଦେଇନଥାଏ । ଖାସକରି ଚର୍ମ, ପେଟ ଏବଂ ବ୍ରେଷ୍ଟ କ୍ୟାନ୍ସର କ୍ଷତକୁ କମାଇବାରେ ଏହା ଅଧିକ ପ୍ରଭାବଶାଳୀ । ଏହାକୁ ଖାଇଲେ ଆପଣ ସୁପ, ସାଲାଡ ବା ଡାଲିରେ ମିଶାଇ ଖାଇପାରିବେ ।

ଅଖରୋଟ: ଅଖରୋଟ ଓମେଗା ୩ ଫ୍ୟାଟି ଏସିଡ ଏବଂ ଫାଇଟୋକେମିକାଲ୍ସରେ ଭରପୂର, ଯାହା ସ୍ତନ, କୋଲନ ଏବଂ ପ୍ରୋଟେଷ୍ଟ କ୍ୟାନ୍ସର ସହ ଲଢିଥାଏ । ଏକ୍ସପର୍ଟସ ମଧ୍ୟ କହିଛନ୍ତି ଯେ, ପ୍ରତିଦିନ ଭିଜାଯାଇଥିବା ଅଖରୋଟ ଖାଇବାରେ କ୍ୟାନ୍ସର ରୋଗକୁ କମ କରାଯାଇଥାଏ ।

ହଳଦୀ: ଆର‌୍ୟୁବେଦରେ ହଳଦୀକୁ ଲାଭକାରୀ ବୋଲି କୁହାଯାଇଛି । ଏଥିରେ କରକ୍ୟୁମିନ ନାମକ ଏକ ଯୌଗିକ ପଦାର୍ଥ ମିଳିଥାଏ । ଯାହା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲେମେଟରୀ ଗୂନରେ ଭରପୁର ହୋଇଥାଏ । ଏହା କ୍ୟାନ୍ସର ସେଲ୍ସର ବିକାଶକୁ ରୋକିଥାଏ ।

ବ୍ଲୁବେରୀ: ବେରିଜରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଏଥୋସାୟନିନ୍ସ ରହିଥାଏ, ଖାସକରି ବ୍ଲୁବେରୀ ଶରୀରରେ ଫ୍ରୀ ରେଡିକାଲ୍ସକୁ କମ କରି କ୍ୟାନ୍ସର କ୍ଷତକୁ କମ କରିବାରେ ସାହାଯ୍ୟ କରିଥାଏ ।

ଫ୍ଲାକ୍ସସିଡ: ଏହା ଏକ ସୁପର ଇନଗ୍ରେଡିଏଣ୍ଟ । ଏହାକୁ ଆପଣ ଭାଜିକି ଖାଇପାରିବେ । ଏଥିରେ ଲିଗ୍ନାନ୍ସ ରହିଥାଏ, ଯାହା ଶରୀରରେ ଏଷ୍ଟ୍ରୋଜନ ପରିମାଣକୁ କଣ୍ଟ୍ରୋଲ କରିଥାଏ, ଏବଂ ବ୍ରେଷ୍ଟ କ୍ୟାନ୍ସର କ୍ଷତକୁ କମ କରିବାରେ ସାହାଯ୍ୟ କରିଥାଏ ।