fbpx

ଚିଲିକା ମଝିରେ ଡ଼ଙ୍ଗାରୁ ହଠାତ ଗାୟବ ହୋଇଗଲେ ନାଉରୀ; ମଝି ହ୍ରଦରେ ଚକ୍କର କାଟିଲା ଟୁରିଷ୍ଟ ଡ଼ଙ୍ଗା

Advertisement

ପୁରୀ: (ଓଡ଼ିଶା ଭାସ୍କର) ଚିଲିକାରେ ନିଖୋଜ୍ ହେଲା ଟ୍ୟୁରିଷ୍ଟ ଡଙ୍ଗା । ଡଲଫିନ୍ ଦେଖିବାକୁ ଯାଇଥିଲେ ୫ଜଣ ଟ୍ୟୁରିଷ୍ଟ। ଡଙ୍ଗାଚାଳକ ମଦ୍ୟପାନ କରି ଡଙ୍ଗା ଚଳାଉଥିବା ସୂଚନା। ମଗରମୁଖ ନିକଟରେ ଡଙ୍ଗାରୁ ଚିଲିକା ହ୍ରଦକୁ ଓଲଟି ପଡିଛି ଡଙ୍ଗା ଚାଳକ ବିକ୍ରମକେଶରୀ ଜାଲି। ଚିଲିକାରେ ଚକର କାଟୁଛି ଟ୍ୟୁରିଷ୍ଟ ଡଙ୍ଗା। ଡଲଫିନ୍ ମୋଟର ଆସୁଏସନ୍ ବଳଭଦ୍ରପୁର ଘାଟର ଟ୍ୟୁରିଷ୍ଟ ଟଙ୍ଗା ଚାଳକ ନିଖୋଜ ଥିବା ସୂଚନା। ଟ୍ୟୁରିଷ୍ଟ ଙ୍କୁ ଉଧାର କରିବାକୁ ଚାଲିଛି ସଂଧାନ। ବୋଟ ନଂ ୩୪୫ ଡଙ୍ଗାରେ ଯାତ୍ରା କରିଥିଲେ ଯାତ୍ରୀ।

ସୁରକ୍ଷୀତ ଭାବେ ଉଧାର ହେଲେ ନିଖୋଜ ପର୍ଯ୍ୟଟକ। କଲିକତାରୁ ଡଲଫିନ୍ ଦେଖିବାକୁ ଆସିଥିଲେ ୪ଜଣ ପର୍ଯ୍ୟଟକ। ମଗରମୁଖ ନିକଟରେ ଡଲଫିନ୍ ଦେଖିବାକୁ ଯୀବା ସମୟରେ ୩୪୫ନଂ ଡଙ୍ଗା ଚାଳକ ଡଙ୍ଗାରୁ ଓଲଟି ପଡିଥିଲେ। ଫଳରେ ଚିଲିକାରେ ଘୁରିବୁଲିଥିବା ପର୍ଯ୍ୟଟକଙ୍କ ଡଙ୍ଗା। ସ୍ଥାନିୟ ପର୍ଯ୍ୟଟକ ଙ୍କୁ ଉଧାର କରିଥିବା ବେଳେ ଡଙ୍ଗାରୁ ଗଳିପଡିଥିବା ଡଙ୍ଗା ଚାଳକ ବିକ୍ରମକେଶରୀ ଜାଲିକୁ ଖୋଜୁଛି ଅଗ୍ନିଶମ ବିଭାଗ।

Get real time updates directly on you device, subscribe now.