fbpx

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ଆଜି ନବୀନ ନିବାସରେ ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସେ କହିଛନ୍ତି ବିଜେଡ଼ି ସହ ନୁହେଁ ମୁଁ ରାଜ୍ୟ ସରକାରଙ୍କ ସହିତ ରହିଛି । ସରକାରଙ୍କ ସହ ରହିଲେ ଅଞ୍ଚଳର ବିକାଶ ହୋଇପାରିବ । ହିଣ୍ଡାଲକୋ ପ୍ଲାଣ୍ଟକୁ ଅନୁମୋଦନ ପରେ ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏହାପରେ ବିଜେଡ଼ିରେ ମକରନ୍ଦଙ୍କ ମିଶିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.