fbpx

୭୮୯.୧୬ କୋଟି ଟଙ୍କା ନିବେଶରେ ୧୧୧୮ ନିଯୁକ୍ତି

ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ୫ଟି ଶିଳ୍ପ ପ୍ରକଳ୍ପର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ପ୍ରକଳ୍ପରେ ୨ ହଜାର ୭୮୯.୧୬ କୋଟି ଟଙ୍କା ନିବେଶ ହେବ । ଏସବୁ ପ୍ରକଳ୍ପରେ ୧ ହଜାର ୧୧୮ ଜଣଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ରହିଛି ।

୧- ସୁନ୍ଦରଗଡ଼ ରାଜଗାଙ୍ଗପୁରରେ OCL ସିମେଣ୍ଟ କାରଖାନା ଉଦଘାଟିତ ହୋଇଯାଇଛି । ଏଥିରେ୧୯୯୫ କୋଟି ଟଙ୍କା ନିବେଶ ହେବାକୁ ଥିବା ବେଳେ ୩୬୫ ଜଣ ନିଯୁକ୍ତି ପାଇବେ ।
୨- କଟକ ଆଠଗଡ଼ରେ ଶ୍ରୀ ସିମେଣ୍ଟର ଗ୍ରାଇଣ୍ଡିଂ ୟୁନିଟ୍‌ ଉଦଘାଟିତ ହୋଇଛି । ଏଥିରେ ୪୫୨.୫୫ କୋଟି ଟଙ୍କା ନିବେଶ ହେବାକୁ ଥିବା ବେଳେ ୨୪୩ ଜଣ ନିଯୁକ୍ତି ପାଇବେ ।
୩- କେନ୍ଦୁଝର ବସନ୍ତପୁରରେ ଲୁହାପଥର ପ୍ରକ୍ରିୟାକରଣ ୟୁନିଟ୍‌ ଉଦଘାଟିତ ହୋଇଛି । ଏଥିରେ ୨୩୮.୯୭ କୋଟି ଟଙ୍କା ୧୯୨ ଜଣ ନିଯୁକ୍ତି ପାଇବେ ।
୪- ଯାଜପୁର ବଡ଼ଚଣାରେ ହେଲା ଓମ୍‌ଜୟ ବୈଦ୍ୟୁତିକ ଯାନ କାରଖାନା । ଏଥିରେ ୫୨.୪୧ କୋଟି ଟଙ୍କା ନିବେଶ ହେବାକୁ ଥିବା ବେଳେ ୧୨୨ ଜଣ ନିଯୁକ୍ତି ପାଇବେ ।
୫- ସୁନ୍ଦରଗଡ଼ ରାଜଗାଙ୍ଗପୁରରେ ସୂରଜ ଇସ୍ପାତ କାରଖାନାର ସଂପ୍ରସାରଣ । ଏଥିରେ ୫୦.୨୫ କୋଟି ଟଙ୍କା ନିବେଶ ହେବାକୁ ଥିବା ବେଳେ ୧୯୬ ଜଣ ନିଯୁକ୍ତି ପାଇବେ ।

Get real time updates directly on you device, subscribe now.