fbpx

ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାରି ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ମଧ୍ୟ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ବରଗଡ଼ର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆୟବହିର୍ଭୂତ ସମ୍ପତ୍ତି, କର୍ତ୍ତବ୍ୟରେ ଅବହେଳା ନେଇ ନାରାୟଣ ବିଦା ହୋଇଛନ୍ତି । ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲଙ୍କୁ ଶୃଙ୍ଖଳାଗତ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୀର୍ଘଦିନ ଧରି ଛୁଟିରେ ଥିବାରୁ ଜ୍ଞାନେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ୪ଅଧିକାରୀ ବିଦା ହୋଇଛନ୍ତି ।

Get real time updates directly on you device, subscribe now.