fbpx
BSKY
BJD YOUTH SKY
BJD MS SKY

ଏପ୍ରିଲ ୧ ରେ ଜେଲରୁ ଫେରିବେ ସିଦ୍ଧୁ: ହତ୍ୟା ମାମଲାରେ କାଟୁଥିଲେ ସଜା

ନୂଆଦିଲ୍ଲୀ: ଆସନ୍ତାକାଲି ଜେଲରୁ ମୁକୁଳିବେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ । ଏ ନେଇ ସିଦ୍ଧୁଙ୍କ ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ଦୀର୍ଘ ବର୍ଷକର କାରାଦଣ୍ଡ ଶେଷ କରି କାଲି ପୁଣିଥରେ ଗରକୁ ଫେରିବେ ସିଦ୍ଧୁ । ଗତ ମେ ୧୯, ୨୦୨୨ ରେ ତାଙ୍କୁ ଏକ ହତ୍ୟା ମାମଲାରେ ସଜା ଶୁଣାଇଥିଲେ ମାନ୍ୟବର କୋର୍ଟ । ତେବେ ୧୦ ମାସ ଜେଲରେ ରହିବା ପରେ ବର୍ତ୍ତମାନ ତାଙ୍କର ଦଣ୍ଡାଦେଶ ଶେଷ ହୋଇଛି ।

ସୂଚନା ଅନୁସାରେ, ୧୯୮୮ ମସିହା ରୋଡରେଜ କେସରେ ସିଦ୍ଧୁଙ୍କୁ ବର୍ଷକ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ବନ୍ଧୁଙ୍କ ସହ ମିଶି ସିଦ୍ଧୁ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଥିବା ବେଳେ ପରେ ବ୍ୟକ୍ତିଜଣକ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ । ତେବେ ହୃଦଘାତ ଯୋଗୁଁ ବ୍ୟକ୍ତିଜଣକ ପ୍ରାଣ ହରାଇଥିବା ରିପୋର୍ଟରୁ ଜାଣିବାକୁ ମିଳିଥିଲା । ତେବେ ଏହି ମାମଲାରେ ସିଦ୍ଧୁଙ୍କୁ ଅଦାଲତ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିବା ବେଳେ ହାଇକୋର୍ଟ ତାଙ୍କୁ ୩ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନବଜୋତ ସିଦ୍ଧୁ । ୨୦୧୮ ମେ ୧୫ ତାରିଖରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇ ୧ ହଜାର ଟଙ୍କାର ଜରିମାନା ଲଗାଇଥିଲେ ସୁପ୍ରିମକୋର୍ଟ ।

Navjot Singh Sidhu - Punjab Congress chief Amrinder Singh Raja Warring  urges Chief Minister Bhagwant Mann to consider release of Navjot Singh Sidhu  from jail - Telegraph India

କିନ୍ତୁ ପରେ ପୀଡିତଙ୍କ ପରିବାର ଏ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ପୁନର୍ବିଚାର ପାଇଁ ଅପିଲ କରିଥିଲେ । ତେବେ ଏହି ମାମଲାରେ ଶୁଣାଣି କରିବା ସମୟରେ ସିଦ୍ଦୁଙ୍କୁ ମେ ୧୯, ୨୦୨୨ ତାରିଖରେ ୧ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ତେବେ ଜେଲରେ ତାଙ୍କର ଉତ୍ତମ ବ୍ୟବହାର ଏବଂ ମିଳିଥିବା ଚୁଟି ନେଇ ନଥିବାରୁ ତାଙ୍କୁ ସମୟ ପୂର୍ବରୁ ଜେଲରୁ ଛାଡି ଦିଆଯାଇଛି ।

Get real time updates directly on you device, subscribe now.