fbpx
BSKY
BJD MC SKY
BJD YOUTH SKY

ଚଳିତ ଶିକ୍ଷାବର୍ଷରୁ କଲେଜରେ ଆରମ୍ଭ ହେବ NCC ପାଠ୍ୟକ୍ରମ: ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ଛାତ୍ରଛାତ୍ରୀଙ୍କ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷା କ୍ଷେତ୍ରରେ ସଫଳତା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା କୋଚିଂ ଯୋଜନା ଆରମ୍ଭ କରାଯାଇଛି । ସେଥିପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି । ରାଜ୍ୟର ୨୦୦ ଜଣ ମେଧାବୀ ପିଲାଙ୍କୁ ମାଗଣାରେ ରାଜ୍ୟ ସରକାର ସିଭିଲ୍ ସର୍ଭିସ୍ କୋଚିଂ ପ୍ରଦାନ କରିବେ ।

ସେହିପରି ସରକାରୀ ବିଶ୍ୱବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା (ଏଆଇ) ସେଣ୍ଟର ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ନିକଟରେ ଆଇଆଇଟି ଭୁବନେଶ୍ୱର ପ୍ରସ୍ତାବ ଦେଇଥିଲା । ବଜେଟରେ ରାଜ୍ୟ ସରକାର ମେଧାବୀ ଛାତ୍ର ବୃତ୍ତି ଯୋଜନା ନାମକ ଏକ ନୂଆ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଅର୍ଥ ପ୍ରଦାନ ପାଇଁ କୁହାଯାଇଥିଲା । ଏହାଛଡ଼ା ଶିକ୍ଷକମାନେ ସ୍କୁଲରେ ଯାହା ପଢ଼ାଇବେ ତାହାକୁ ଲେଖିବାକୁ ପିଲାଙ୍କୁ ନୋଟବୁକ ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରେ ନ୍ୟାସନାଲ କ୍ୟାଡେଟ କ୍ରପସ (ଏନସିସି) ପାଠ୍ୟକ୍ରମକୁ ଶିକ୍ଷାନୁଷ୍ଠାନରେ ସାମିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଏ ବାବଦରେ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ଚିଠି ଲେଖିଥିଲା । ଏଥିରେ ପଢ଼ିବା ପାଇଁ ୩ଟି ସର୍ତ୍ତ ରହିଛି । କେବଳ ଏନସିସି କ୍ୟାଡେଟମାନେ ଏଥିରେ ପଢ଼ିପାରିବେ । ଜେନେରୋଲ ଇଲେକ୍ଟିଭ-୧ ପ୍ରଥମ ବର୍ଷରେ ପଢ଼ିଲେ ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟାର ଦେଇପାରିବେ । ସେହିପରି ଜେନେରାଲ ଇଲେକ୍ଟିଭ-୨ ଦ୍ୱିତୀୟ ବର୍ଷରେ ତୃତୀୟ ଓ ଓ ଚତୁର୍ଥ ସେମିଷ୍ଟାର ଦେଇପାରିବେ । ଏହି ପାଠ୍ୟକ୍ରମ ବାବଦରେ ୱେବସାଇଟରୁ ଛାତ୍ରଛାତ୍ରମାନେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ।

Get real time updates directly on you device, subscribe now.