fbpx
BJD SKY
BJD SKY

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, କିଶୋର ଜେନା ରଚିଲେ ଇତିହାସ: ଜାଣନ୍ତୁ ଅପଡେଟ

BJD

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ଜିତି ପୁଣିଥରେ ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା । ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ମାତ୍ ଦେଇ ଏହି ଇତିହାସ ରଚିଛନ୍ତି ନୀରଜ । ପାକିସ୍ତାନର ଆର୍ଶଦ ନଦୀମଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ନୀରଜ ଏହି ରେକର୍ଡ ହାସଲ କରିଛନ୍ତି । ତେବେ ୪୦ ବର୍ଷର ଇତିହାସରେ ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା ।

ପାକିସ୍ତାନୀ ନଦୀମଙ୍କ ୮୭.୮୨ମିଟର ଜାଭେଲିନ ଥ୍ରୋକୁ ଅତିକ୍ରମ କରି ନୀରଜ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପରେ ବିଶ୍ୱ କୀର୍ତ୍ତିମାନକୁ ନିଜ ନାମରେ କରିଛନ୍ତି ଭାରତର ‘ସୁନା’ ପୁଅ । ନୀରଜ ଏହି ମ୍ୟାଚରେ ୮୮.୧୭ମିଟର ଥ୍ରୋ କରିଥିଲେ । ତେଣୁ ଦ୍ୱିତୀୟ ସ୍ଥାନରେ ରୌପ୍ୟ ପଦକ ହାସଲ କରିଛନ୍ତି ଆର୍ଶଦ ନଦୀମ । ତୃତୀୟ ସ୍ଥାନରେ ୮୬.୬୭ ମିଟର ଥ୍ରୋ କରି ଚେକ୍ ରିପବ୍ଲିକର ଜାକୁବ ଭେଡଲେକ୍ ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି ।

ଏହାବ୍ୟତୀତ ଓଡ଼ିଆ ପୁଅ କିଶୋର ଜେନା ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ବ୍ୟକ୍ତିଗତ ଭାବରେ ୮୪.୭୭ ମିଟର ଥ୍ରୋ କରି ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି କିଶୋର । ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ କିଶୋରଙ୍କ ଏହି ପ୍ରଦର୍ଶନ ସାରା ଓଡ଼ିଆ ଜାତିକୁ ଗର୍ବ ଏବଂ ଗୌରବ ଆଣି ଦେଇଛି । ଜଣେ ଓଡ଼ିଆ ଆଥଲେଟିକ ଭାବରେ କିଶୋରଙ୍କ ଏହି ପ୍ରଦର୍ଶନ ଇତିହାସରେ ଲିପିବଦ୍ଧ ହୋଇ ରହିବ । ତେବେଏହାବ୍ୟତୀତ ଅନ୍ୟତମ ଭାରତୀୟ ଡିପି ମନୁ ୮୪.୧୪ ମିଟର ଥ୍ରୋ କରି କିଶୋରଙ୍କ ପରେ ଅର୍ଥାତ୍ ଷଷ୍ଠ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.