fbpx
BJD SKY
BJD SKY

World Championship: ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା, ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଜିତିଲେ ସ୍ୱର୍ଣ୍ଣ

BJD

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ 2023 ରେ ଜିତିଲେ ସ୍ୱର୍ଣ୍ଣ। ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ, କିନ୍ତୁ ଦ୍ୱିତୀୟ ଥ୍ରୋରେ ସେ 88.17 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ। କୌଣସି ଆଥଲେଟ୍ ପୁରା ମୁକାବିଲାରେ ଏହାଠାରୁ ଅଧିକ ଦୂର ଅତିକ୍ରମ କରିପାରି ନଥିଲେ।

ପାକିସ୍ତାନର ଆର୍ଶଦ ନଦିମ 87.82 ମିଟର ଥ୍ରୋ ସହିତ ର ରୌପ୍ଯ ପଦକ ଜିତିଛନ୍ତି। ଏଥି ସହିତ ଚେକ୍ ରିପବ୍ଲିକର ଜାକୁବ ଭେଡଲେକ୍ 86.67 ମିଟର ଶ୍ରେଷ୍ଠ ଥ୍ରୋ ସହିତ ବ୍ରୋଞ୍ଜ ପଦକକୁ ହାସଲ କରିଥିଲେ।

ଫାଇନାଲରେ ନୀରଜଙ୍କ ସହ ଅନ୍ୟ ଦୁଇ ଭାରତୀୟ ଖେଳାଳି ଡିପି ମନୁ ଏବଂ କିଶୋର ଜେନା ମଧ୍ୟ ଥିଲେ। କିଶୋର 84.77 ମିଟରର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ସହିତ ପଞ୍ଚମ ସ୍ଥାନରେ ଏବଂ 84.14 ମିଟରର ଶ୍ରେଷ୍ଠ ଥ୍ରୋ ସହିତ ଡିପି ମନୁ ଷଷ୍ଠ ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.