fbpx

NEET UG 2023 ରେଜଲ୍ଟ ଘୋଷଣା: ଓଡ଼ିଶାର ସ୍ୱୟଂଶକ୍ତିଙ୍କୁ ୮ମ ସ୍ଥାନ, ସୂର୍ଯ୍ୟପ୍ରତାପ ୩୫ତମ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ) ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଅଷ୍ଟମ, ସୂର୍ଯ୍ୟପ୍ରତାପ ମିଶ୍ର ୩୫ତମ ରାଙ୍କ ହାସଲ କରିଛନ୍ତି । ଓଡ଼ିଶାର ମୋଟ ୨୮,୩୩୦ ଜଣ ପ୍ରାର୍ଥୀ ସଫଳତା ହାସଲ କରିଛନ୍ତି । ଟପ ୫୦ଟି ତାଲିକାରେ ରାଜ୍ୟରୁ ୨ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି । ଚଳିତ ବର୍ଷ ନିଟ୍ ପ୍ରବେଶିକା ପରୀକ୍ଷାରେ ତାମିଲନାଡ଼ୁର ପ୍ରଭଞ୍ଜନ ଜେ ଓ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଯୁଗ୍ମ ଟପ୍ପର ହୋଇଛନ୍ତି ।

ଏଥର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀ ନିଟ୍ ୟୁଜି ୨୦୨୩ ପରୀକ୍ଷା ଦେଇଥିଲେ । ଗତ ମେ ମାସ ୭ ତାରିଖରେ ୭୨୦ ମାର୍କର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମେଡିକାଲ କୋର୍ସରେ ଆଡମିଶନ ନେବାକୁ ଅପେକ୍ଷା କରିରହିଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ neet.nta.nic.inକୁ ଯାଇ ନିଜ ନିଜର ସ୍କୋର କାର୍ଡ ଚେକ୍ କରିବା ସହିତ ଡାଉନଲୋଡ୍ କରିପାରିବେ । ଲକ୍ଷ ଲକ୍ଷ ପ୍ରାର୍ଥୀ ଅଣ୍ଡରଗ୍ରାଜୁଏଟ ମେଡିକାଲ କୋର୍ସରେ ନାମଲେଖାଇବା ପାଇଁ ନିଟ୍ ୟୁଜିର ଏଣ୍ଟ୍ରାନ୍ସ ଦେଇଥିଲେ ।

ଚଳିତ ବର୍ଷ ନିଟ୍ ୟୁଜି ୨୦୨୩ ପରୀକ୍ଷା ଭାରତ ବାହାରେ ୧୪ଟି ସହରରେ ହୋଇଥିଲା । ଏଥିସହିତ ସାରା ଦେଶରେ ୪୯୯ଟି ସହରର ୪୦୯୭ଟି ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ୯୭.୭ ପ୍ରତିଶତ ପ୍ରାର୍ଥୀ ଉପସ୍ଥିତ ରହିଥିଲେ । ମଣିପୁର ହିଂସା ଓ ଲ’ ଆଣ୍ଡ ଅର୍ଡରକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷା ଜୁନ ମାସ ୬ରେ ହୋଇଥିଲା । ଏନଟିଏ ପ୍ରାର୍ଥୀଙ୍କୁ ୧୦ଟି ସହରରେ ପରୀକ୍ଷା ଦେବାର ସୁଯୋଗ ଦେଇଥିଲା । ଏହି ପରୀକ୍ଷାରେ ପାଖାପାଖି ୮,୭୦୦ ପ୍ରାର୍ଥୀ ଉପସ୍ଥିତ ଥିଲେ । ମଣିପୁର ପ୍ରାର୍ଥୀମାନେ ବିଳମ୍ବରେ ପରୀକ୍ଷା ଦେବାରୁ ନିଟ୍ ୟୁଜି ଫଳାଫଳ ପ୍ରକାଶ ନେଇ ସାମାନ୍ୟ ବିଳମ୍ବ ହୋଇଥିଲା ।

Get real time updates directly on you device, subscribe now.