ନୂଆଦିଲ୍ଳୀ: ଆସନ୍ତାବର୍ଷ ହେବାକୁ ଥିବା ନୀଟ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି)ର ଅଣ୍ଡରଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡ ତରଫରୁ ନୀଟ ୟୁଜି ୨୦୨୫ର ସିଲାବସ୍ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ଦେବାକୁ ଅଛି, ସେମାନେ ଅଫିସିଆଲ ୱେବସାଇଟ୍ https://www.nmc.org.in/ କୁ ଯାଇ ପାଠ୍ୟକ୍ରମ ଡାଉନଲୋଡ୍ କରିପାରିବେ ।
ସିଲାବସକୁ ଅଫିସିଆଲ ୱେବସାଇଟରେ ପିଡିଏଫ ଫର୍ମାଟରେ ଜାରି କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ସେସନ ୨୦୨୫ ପାଇଁ ରାଷ୍ଟ୍ରୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନୀଟ)ରେ ସାମିଲ ହେବାକୁ ଇଚ୍ଛୁକ, ସେମାନେ ପାଠ୍ୟକ୍ରମ ଡାଉନଲୋଡ୍ କରିପାରନ୍ତି । ନୀଟର ସିଲାବସରେ ଫିଜିକ୍ସ, କେମିଷ୍ଟ୍ରି ଓ ବାୟୋଲୋଜିକୁ କଭର କରାଯାଇଛି । ସିଲାବସର ପିଡିଏଫ ଫାଇଲ ୧୭ ପେଜ ବିଶିଷ୍ଟ ରହିଥିବା ବେଳେ ସେଥିରେ ଚାପ୍ଟର ୱାଇଜ୍ ସମସ୍ତ ବିଷୟକୁ କଭର କରାଯାଇଛି । ନୀଟ ୟୁଜି ୨୦୨୫ର ସିଲାବସରେ ଫିଜିକ୍ସରୁ ୨୦ ୟୁନିଟରୁ ପ୍ରଶ୍ନ ଆସିବ । ସେଥିରେ ଫିଜିକ୍ସ ଆଣ୍ଡ ମେଜରମେଣ୍ଟ, ଓବାର୍କ, ଏନର୍ଜୀ ଆଣ୍ଡ ପାୱର, ରୋଟେସନାଲ, ମୋଶନ, କିନେମେଟିକସ, ଗତିର ନିୟମ, ଗୁରୁତ୍ୱାକର୍ଷଣ ଓ ଅନ୍ୟ ୟୁନିଟ ସାମିଲ ରହିଛି । ଏଥିସହିତ କେମିଷ୍ଟ୍ରିର ଆଟୋମିକ ଷ୍ଟ୍ରକଚର, କେମିକାଲ ବଣ୍ଡିଂ ଓ ଆଣବିକ ସଂରଚନା, ସନ୍ତୁଳନ, ରେଡକ୍ସ ପ୍ରତିକ୍ରିୟା ଇଲେକ୍ଟ୍ରୋକେମିଷ୍ଟ୍ରି ଆଦି ସାମିଲ ରହିଛି ।