fbpx

ଚିରିବନି କି ମଇଳା ହେବନି ; ମାତ୍ର ୫୦ ଟଙ୍କାରେ ଘରକୁ ଆସିବ PVC ଆଧାର କାର୍ଡ, ଜାଣନ୍ତୁ ପ୍ରୋସେସ୍‌

ଓଡିଶା ଭାସ୍କର: ଆଧାର କାର୍ଡ ଏକ ଅତି ଜରୁରୀ ଡକ୍ୟୁମେଣ୍ଟ । ଏହି ପେପର୍‌ବାଲା ଆଧାର କାର୍ଡକୁ ସୁରକ୍ଷିତ ରଖିବା ଲାଗି ସମସ୍ତେ ଏହାର ଲ୍ୟାମିନେସନ କରାଇଥାନ୍ତି । ଆଜି ଆମେ ଆପଣଙ୍କୁ PVC ଆଧାର କାର୍ଡ ବିଷୟରେ କହିବାକୁ ଯାଉଛୁ । ଏହା ପ୍ଲାଷ୍ଟିକ୍ କାର୍ଡ ହୋଇଥାଏ । ଏହା ସହଜରେ ଫାଟିବ ନାହିଁ କି ଚିରିବ ନାହିଁ ।

ଏହି PVC ଆଧାର କାର୍ଡ ଆପଣ ଘରେ ବସି ସହଜରେ ଅର୍ଡର କରିପାରିବେ । ଏଥିପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ପଡିବ ନାହିଁ । ଏଥିପାଇଁ ୟୁଜର୍ସକୁ କେବଳ ୫୦ଟଙ୍କା ଫି’ ଦେବାକୁ ପଡିବ ଯେଉଁଥିରେ ଜିଏସ୍‌ଟି ସାମିଲ ରହିଛି । UIDAI  ୟୁଜର୍ସଙ୍କୁ PVC ଆଧାର କାର୍ଡ ତିଆରି କରିବାର ସୁବିଧା ଦେଇଥାଏ । PVC ଅର୍ଥାତ୍ ପଲିଭିନାଇଲ୍ କ୍ଲୋରାଇଡ୍ କାର୍ଡ ଏଟିଏମ୍ ଓ କ୍ରେଡିଟ୍ କାର୍ଡ ପରି ମଜଭୁତ ହୋଇଥାଏ ।

PVC ଆଧାର କାର୍ଡ କରିବା ପାଇଁ ଆପଣ UIDAI ର ୱେବସାଇଟ୍ କୁ ଯାଆନ୍ତୁ । ଏଥିପାଇଁ ଆପଣ ଫୋନ୍‌, ଲାପଟପ୍ ଆଦି ବ୍ୟବହାର କରିପାରିବେ । ଏହାପରେ ମାଇଁ ଆଧାର ବିଭାଗକୁ ଯାଆନ୍ତୁ । ଏଠାରେ ଆପଣ My Aadhaar ଉପରେ କ୍ଲିକ୍ କରନ୍ତୁ । ଏହାପରେ ୟୁଜର୍ସଙ୍କୁ ୧୨ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରିବାକୁ ହେବ । ଏହାପରେ କ୍ୟାପଚା ଦିଅନ୍ତୁ । ସେଣ୍ଡ ଓଟିିପି ଉପରେ କ୍ଲିକ୍ କରନ୍ତୁ । ଏହାପରେ ୟୁଜର୍ସଙ୍କୁ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରରେ ଓଟିପି ଆସିବ । ଓଟିପି ଏଣ୍ଟର କରିବା ପରେ ୟୁଜର୍ସ PVC  ଆଧାର କାର୍ଡର ପ୍ରିଭ୍ୟୁ ଦେଖିପାରିବେ । ଏହା ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ୍‌କୁ ଆସିଯିବ ।

Get real time updates directly on you device, subscribe now.