ଭାଙ୍ଗିଲା ନେପାଳ ସଂସଦ, ମାର୍ଚ୍ଚ ୫ ତାରିଖରେ ହେବ ସାଧାରଣ ନିର୍ବାଚନ

ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ତାରିଖ ଘୋଷଣା।

ନେପାଳ: ଭାଙ୍ଗିଲା ନେପାଳ ସଂସଦ। ନିର୍ବାଚନ ପାଇଁ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି।  ୨୦୨୬ ମସିହା ମାର୍ଚ୍ଚ ୫ ତାରିଖରେ ହେବ ନେପାଳ ନିର୍ବାଚନ।

ଯଦି ଦେଖିବା GEN-Z ଆନ୍ଦୋଳନ ପରେ ଗତକାଲି ରାଷ୍ଟ୍ରପତି ଭବନରେ ରାତି ପ୍ରାୟ ୯ଟା ବେଳେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ସୁଶୀଳା କାର୍କି।

ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ହେବା ନେଇ ତାରିଖ ଘୋଷଣା କରାଯାଇଛି। ସୁଶୀଳା କାର୍କି ୬ ମାସ ଶାସନ ଭାର ସମ୍ଭାଳିବା ପରେ ଆସନ୍ତା ବର୍ଷ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ ନେପାଳର ସାଧାରଣ ନିର୍ବାଚନ।