fbpx

କରୋନା କବଜାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ବ୍ୟକ୍ତିଗତ ପରାମର୍ଶଦାତା

କାଠମାଣ୍ଡୁ, ୪ ।୧୦: କରୋନା କବଜାରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କର ବ୍ୟକ୍ତିଗତ ପରାମର୍ଶଦାତା । ଓଲିଙ୍କ ସରକାରୀ ବାସଭବନରେ ଅନେକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହ ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦାୟିତ୍ୱରେ ଥିବା ୭୬ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ,ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ରହିଥିବା ସେନାର ୨୮ ଜଣ କମାଣ୍ଡୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହା ସହ ନେପାଳ ପୋଲିସର ୧୯ ଜଣ ଅଧିକାରୀ, ୨୭ ଜଣ ସଶସ୍ତ୍ର ବାହିନୀ ଓ ଖୁଫିଆ ବିଭାଗର ୨ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି ।

Get real time updates directly on you device, subscribe now.