fbpx

ଫିଫା ବିଶ୍ୱକପ୍: ଆମେରିକାର ସ୍ୱପ୍ନ ଚୁରମାର୍, ପ୍ରଥମ ଟିମ୍ ଭାବେ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ନେଦରଲ୍ୟାଣ୍ଡସ

ନୂଆଦିଲ୍ଲୀ: କତାରରେ ଚାଲିଥିବା ଫିଫା ବିଶ୍ୱକପ-୨୦୨୨ ଏବେ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ନେଦରଲ୍ୟାଣ୍ଡସ ଆମେରିକାକୁ ୩-୧ ଗୋଲରେ ପରାସ୍ତ କରିଛି । ଏହାଦ୍ୱାରା ନେଦରଲ୍ୟାଣ୍ଡସ୍ ବିଶ୍ୱକପର ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ଆମେରିକାର ସ୍ୱପ୍ନ ଚୁରମାର ହୋଇଯାଇଛି ।

ଆଜି କତାରର ମେଜବାନୀଠାରେ ଫିଫା ବିଶ୍ୱକପ ୨୦୨୨ ସିଜିନର ପ୍ରଥମ ପି-କ୍ୱାର୍ଟର ଫାଇନାଲ ମ୍ୟାଚ ଆମେରିକା-ନେଦରଲ୍ୟାଣ୍ଡସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ ଖୁବ ରୋମାଞ୍ଚକର ହୋଇଥିଲା । ଶେଷର ୩-୧ ଗୋଲରେ ନେଦରଲ୍ୟାଣ୍ଡସ୍ ବାଜି ମାରି ନେଇଥିଲା । ଫଳରେ ଚଳିତ ବିଶ୍ୱକପର ପ୍ରଥମ ଦଳ ଭାବେ ନେଦରଲ୍ୟାଣ୍ଡସ କ୍ୱାର୍ଟର ଫାଇନାଲରେ ପହଞ୍ଚିବାର ଗୌରବ ହାସଲ କରିଥିଲା ।

ଗତ ୨୦୧୮ ବିଶ୍ୱକପରେ ନେଦରଲ୍ୟାଣ୍ଡସ କ୍ୱାଲିଫାଇ କରିପାରି ନଥିଲା । ଏହି ଟିମ୍ ଗତ ୧୯୭୪, ୧୯୭୮ ଓ ୨୦୧୦ରେ ଫାଇନାଲରେ ପହଞ୍ଚିଲା, ମାତ୍ର ବିଜେତା ହେବାରୁ ବଞ୍ଚିତ ହୋଇଥିଲା । ଚଳିତ ଥର ଦଳ ପାଖରେ ବିଶ୍ୱବିଜେତା ହେବାର ସୁଯୋଗ ରହିଛି । ଅନ୍ୟପକ୍ଷରେ ଆମେରିକାର କ୍ୱାର୍ଟର ଫାଇନାଲ ଖେଳିବା ସ୍ୱପ୍ନ ଭାଙ୍ଗି ଯାଇଛି । ଦଳ ଏହା ପୂର୍ବରୁ ୨୦୦୨ ବିଶ୍ୱକପରେ ଏହି ସୁଯୋଗ ପାଇଥିଲା । ଏହାପରେ ଆମେରିକା କେବେ ବି ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ସକ୍ଷମ ହୋଇନାହିଁ ।

Get real time updates directly on you device, subscribe now.