fbpx

ମଦକୁ ନେଇ ଲାଗୁ ହେଲା ନୂଆ ନିୟମ: ଏଣିକି ପ୍ରତି ବୋତଲରୁ ଆଦାୟ ହେବ Cow Tax

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ମଦକୁ ନେଇ ଭିନ୍ନ ଭିନ୍ନ ନିୟମ ରହିଥାଏ । ଏଥିସହିତ ମଦ ଦୋକାନ ଖୋଲିବା ଓ ବନ୍ଦ କରିବାକୁ ନେଇ ମଧ୍ୟ ନୂଆ ନୂଆ ପଦକ୍ଷେପ ନିଆଯାଇଥାଏ । ତେବେ ମଦର ଦାମ୍ ଯେତେ ବୃଦ୍ଧି ପାଇଲେ ବି ମଦର ଚାହିଦା ସର୍ବଦା ଉଚ୍ଚରେ ରହିଥାଏ । ମାତ୍ରାଧିକ ମଦ୍ୟପାନ ଆମ ଶରୀରରେ ଅନେକ ଭୟଙ୍କର ରୋଗର କାରଣ ସାଜିଥାଏ । ଏପରିକି ଅନେକ ଲୋକ ନିୟମିତ ମଦ୍ୟପାନ କରି ଜୀବନ ମଧ୍ୟ ହରାଉଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ଆଜି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଦକୁ ନେଇ ଏକ ନୂଆ ନିୟମ ଲାଗୁ କରିଛନ୍ତି । ଆଜି ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଏ ବାବଦରେ ଘୋଷଣା କରାଯାଇଛି । ଏଣିକି ପ୍ରତି ମଦ ବୋତଲ ବିକ୍ରି ଉପରେ ‘ଗାଈ ଟ୍ୟାକ୍ସ’ ଲାଗିବ ବୋଲି କୁହାଯାଇଛି । ମଦ ବିକ୍ରି ଉପରେ ଏକ ଉପକର ଭାବେ ୧୦ ଟଙ୍କା ଆଦାୟ କରାଯିବ । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ୧୦୦ କୋଟିର ରାଜସ୍ୱ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୁଖୁ ବଜେଟ ଉପସ୍ଥାପନ କରିବା ଅବସରରେ କହିଛନ୍ତି ।

ତେବେ ହିମାଚଳ ପ୍ରଦେଶ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଗାଈ ଟ୍ୟାକ୍ସ ଲାଗୁ ହେଉଛି । ସେହି ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳ ରହିଛନ୍ତି । ଦେଶର ଅଲଗା ଅଲଗା ରାଜ୍ୟରେ ‘ଗାଈ କର’ ଲାଗୁ କରାଯାଇଛି । ଏହି ଅର୍ଥକୁ ଉପଯୋଗ କରାଯାଇ ରାସ୍ତାଘାଟରେ ବୁଲୁଥିବା ଗାଈମାନଙ୍କୁ ହଟାଇବା ଓ ସେମାନଙ୍କର ଦେଖାଶୁଣା କରାଯିବ । ବିଭିନ୍ନ ରାଜ୍ୟରେ ‘ଗାଈ କର’ ୨ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ହିମାଚଳ ସରକାର ମଦର ସମସ୍ତ ବୋତଲ ପାଇଁ ୧୦ ଟଙ୍କା ସ୍ଥିର କରିଛନ୍ତି । ମଦ ବୋତଲର ମୂଲ୍ୟ, ଆକାର, ପ୍ରକାର ସହିତ ଏହାର କୌଣସି ସମ୍ପର୍କ ନାହିଁ ।

Get real time updates directly on you device, subscribe now.