fbpx

କଟକ ଓ ଜଗତସିଂହପୁର ପାଇଁ ନୂଆ ଜିଲ୍ଲାପାଳ ନିଯୁକ୍ତ: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ଓ ଜଗତସିଂହପୁର ଜିଲ୍ଲା ପାଇଁ ଦୁଇ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି । ଆଇଏଏସ ଅରିନ୍ଦମ ଡାକୁଆ କଟକର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଆଇଏଏସ ଅନୁପମ ଶାହାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ରାନ୍ସଫର କରିବା ନେଇ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ନିର୍ଦ୍ଦେଶ ଦେଇଥିଲେ । ତେବେ ନୂଆ ଜିଲ୍ଲାପାଳଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଆଇଏଏସ ଅରିନ୍ଦମ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ସହିତ ଓଡ଼ିଶା ଜୀବିକା ମିଶନର ମିଶନ ଡାଇରେକ୍ଟର ପଦରେ ଅବସ୍ଥାପିତ ଥିଲେ । ଏବେ ସେ କଟକର ଜିଲ୍ଲାପାଳ ପଦ ସମ୍ଭାଳିବେ । ସେହିପରି ଆଇଏଏସ ଶାହା ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିବା ସହିତ ମୋ ସ୍କୁଲର ସଦସ୍ୟ ସଚିବ ଓ ଓଡ଼ିଶା ଶ୍ରମ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ଏବେ ସେ ଜଗତସିଂହପୁର ଜିଲ୍ଲାପାଳ ପଦ ସମ୍ଭାଳିବେ ।

Get real time updates directly on you device, subscribe now.