fbpx
BJD SKY
BJD SKY

ନ୍ୟୁଜ୍ ସହିତ ଜବରଦସ୍ତ କମେଡିର ଝଙ୍କାର୍, ଖୁବ୍ ଶୀଘ୍ର ଆସୁଛି ଓଡ଼ିଶା ଭାସ୍କରର ନୂଆ କମେଡି ଶୋ’ ‘ହଲଚଲ୍ ଧମାଲ୍'[Video]

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଓଡ଼ିଶା ଭାସ୍କର ଟିମ୍ ଖୁବ୍ ଶୀଘ୍ର ଆପଣ ମାନଙ୍କ ପାଇଁ ନେଇ ଆସୁଛି ନୂଆ କମେଡି ଶୋ’ । ଯାହାର ନାମ ହେଲା ‘ହଲଚଲ୍ ଧମାଲ୍’ । ଛୋଟ ଛୁଆଙ୍କ ଫନ୍ ଟାଇମ୍ କୁ ଆହୁରି ଫନ୍ କରିଦେବ ଆମର ଏହି ନୂଆ କମେଡି ଶୋ ‘ହଲଚଲ୍ ଧମାଲ୍’ । ଖାଲି ସେତିକି ନୁହେଁ, ସବୁ ବର୍ଗର ଲୋକ ଏହି ଶୋ’ ଜରିଆରେ ଖୁବ୍ ଆନନ୍ଦ ଉଠାଇପାରିବେ । ଏଣିକି ଆପଣ ଓଡ଼ିଶା ଭାସ୍କର ଚ୍ୟାନେଲରେ ନ୍ୟୁଜ୍ ସହିତ ଜବରଦସ୍ତ ଆନିମେସନ୍ କମେଡିର ମଜା ନେଇପାରିବେ । ଏହି ଅବସରରେ ଆମ ଆନିମେସନ୍ କମେଡି ଶୋ’ “ହଲଚଲ୍ ଧମାଲ୍” ର ପ୍ରଥମ ଝଲକ ଆମ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ରେ ଆଉଟ୍ ହୋଇସାରିଛି । ଯଦି ଆପଣ ଖାଲି ସମୟରେ ଜବରଦସ୍ତ କମେଡିର ମଜା ନେବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ଓଡ଼ିଶା ଭାସ୍କର ୟୁଟ୍ୟୁବ୍ ଚ୍ୟାନେଲ୍ କୁ ସବ୍ ସ୍କ୍ରାଇବ୍ କରନ୍ତୁ ଓ ଆମେ ଆପଣ ମାନଙ୍କ ପାଇଁ “ହଲଚଲ୍ ଧମାଲ’ର ନୂଆ ନୂଆ ଭିଡିଓ ନେଇଆସିବୁ ।

ଏହି କମେଡିର ଶୋ’ର ପ୍ରୋମୋର ଗୀତଟିକୁ ଗାଇଛନ୍ତି ଓଲିଉଡ୍ ହିଟ୍ ମେସିନ୍ ତଥା ବାଦଶାହ ଅଭିଜିତ୍ ମଜୁମଦାର୍ । ସେ ଗାଇବା ସହିତ ଏହି ଗୀତର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଶୋ’ଟି ଯାହାର ତତ୍ତ୍ୱାବଧାନରେ ତିଆରି ହୋଇଛି ସେ ହେଉଛନ୍ତି ସତ୍ୟରଞ୍ଜନ ପଟ୍ଟନାୟକ । ସେ ଭିଡିଓରେ ଆନିମେସନ୍ ଦେଇଥିବା ସହିତ ପ୍ରୋମୋ ଗୀତଟିକୁ ଲେଖିଛନ୍ତି ମଧ୍ୟ । ସେ ଲୋକପ୍ରିୟ କାର୍ଟୁନ୍ ଶୋ’ ‘ଛୋଟା ଭୀମ୍’ର କ୍ୟାରେକ୍ଟର୍ ଭାର ସମ୍ଭାଳିବା ସହିତ ନିର୍ଦ୍ଦେଶନା ବି ଦେଇଛନ୍ତି । ଖାଲି ସେତିକି ନୁହଁ କ୍ୟୁରିୟସ୍ ଜିଓରଜ୍, ପ୍ରିଜି, ସ୍ପିରିଟ୍, ହିସଟେରିଆ ଭଳି ଇଣ୍ଟର୍ ନ୍ୟାସନାଲ୍ କାର୍ଟୁନ୍ ଶୋ’ ରେ ମଧ୍ୟ କାମ କରିଛନ୍ତି । ସେ ଆନିମେସନ୍ କ୍ଷେତ୍ରରେ ଇଣ୍ଟରନ୍ୟାସନାଲ୍ କମ୍ପାନୀ ୱାର୍ନର୍ ବ୍ରଦର୍ସ , ୟୁନିଭର୍ସାଲ୍ ଷ୍ଟୁଡିଓସ୍ ଜଡ଼ିତ ରହିଛନ୍ତି ।

ଏହାସହିତ ଟିମ୍ ସଦସ୍ୟ ମାନେ କାର୍ଟୁନ୍ ଗୁଡ଼ିକୁ ଜୀବନ୍ତ ବନାଇଛନ୍ତି । ଟିମ୍ ସଦସ୍ୟ ଙ୍କ ମଧ୍ୟରେ ରହିଛନ୍ତି; ଶଙ୍କରସନ୍ ବାରିକ ଯିଏକି ସିନିୟର୍ ଆନିମେଟର୍ ଓ ପ୍ରିୟବ୍ରତ ଦାସ (ଆନିମେଟର୍) । ଏହାପରେ ରହିଛନ୍ତି ଆମର କ୍ରିଏଟିଭ୍ ଟିମ୍; ଗୋପିନାଥ ବେହେରା, ସ୍ୱିଟି ଦାସ, ତନ୍ମୟ କୁମାର ଭଳ, ପ୍ରଭୁଜୀତ ମହାରଣା ।

Get real time updates directly on you device, subscribe now.