ଗାର୍ଲଫ୍ରେଣ୍ଡ ପାଇଁ ସାଜିଲେ ‘ସ୍ପାଇଡର୍ ମ୍ୟାନ୍’: ଘରକୁ ଘର ଡେଇଁ ଡେଇଁ କରୁଥିଲେ ଚୋରି

ପ୍ରେମିକାକୁ ନୂଆ ବର୍ଷ ଗିଫ୍ଟ ଦେବା ପାଇଁ ଜୀବନକୁ ବାଜି ଲଗାଇ ସାଜିଥିଲା ସ୍ପାଇଡର ମ୍ୟାନ୍। ଫିଲ୍ମ ଷ୍ଟାଇଲରେ କରୁଥିଲା ଚୋରି। ପୋଲିସ ଜାଲରେ ପଡ଼ିଲା ହତଭାଗା ପ୍ରେମିକ।

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ନଗର ଥାନା ଅଞ୍ଚଳରେ ସ୍ପାଇଡର ମ୍ୟାନ୍ ଚୋର । ସ୍ପାଇଡର ମ୍ୟାନ୍ ଭଳି ଘରରୁ ଘର ଡେଇଁ କରୁଥିଲା ଚୋରି। ଅଭିଯୁକ୍ତଜଣକ ହେଲେ ଯୋଗେଶ ଓରଫ ବଞ୍ଚି।

ଅଭିଯୁକ୍ତ ପୂର୍ବରୁ ୫ଟି ଅପରାଧିକ ଅପରାଧରେ ସମ୍ପୃକ୍ତ ରହିଛି। ପୋଲିସ ପଚରାଉଚରାରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ତାର ଗର୍ଲଫ୍ରେଣ୍ଡ ସହ ନୂଆବର୍ଷ ପାଳନ କରିବାକୁ ଚାହୁଁଥିଲା।

ଏହା ପୂର୍ବରୁ ପୁଲିସ ତାକୁ ଧରିଥିଲା। ଉତ୍ତର-ପଶ୍ଚିମ ଜିଲ୍ଲା ପୁଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନେ ମୁଖ୍ୟ କବାଟ ଦେଇ ନୁହେଁ ବରଂ ଛାତରୁ ଘରେ ପଶି ଘରେ ଚୋରି କରୁଥିଲା।

ଚୋରିର ବିଚିତ୍ର ଫଣ୍ଡା: କେହି ଗୋଡ଼ାଇଲେ, ସେ ଗୋଟିଏ ଛାତରୁ ଅନ୍ୟ ଛାତକୁ ଡେଇଁ ପଳାଇ ଯାଉଥିଲା। ତାର ଏହି ବିଚିତ୍ର ଚୋରି କାରନାମା ପାଇଁ ସେ ଅଳ୍ପ କିଛିଦିନରେ ଦିଲ୍ଲୀର ବହୁ ଅଞ୍ଚଳରେ ସ୍ପାଇଡର ମ୍ୟାନ୍ ଭାବେ ପରିଚିତ ହୋଇ ସାରିଥିଲା।

ଶୁକ୍ରବାର ଭରତ ନଗରର ଏକ ଘରେ ଚୋରି ହୋଇଥିବା ନେଇ ପୁଲିସକୁ ପିସିଆର୍ କଲ୍ ଆସିଥିଲା। ଚୋରି ହୋଇଥିଲା ଦୁଇଟି ସ୍ମାର୍ଟ ଫୋନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରିନେଇଛି।

ପୁଲିସ ଏକ ମାମଲା ରୁଜୁ କରି ୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସିପି ସଞ୍ଜୀବ କୁମାରଙ୍କ ତତ୍ତ୍ୱାବଧାନରେ ଏସ୍ଏଚ୍ଓ ରାଜେଶ ବିଜୟଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା।

ଏହି ଟିମ୍ ଘଟଣାସ୍ଥଳର ଆଖପାଖରେ ଲାଗିଥିବା ୫୦ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବା ସହ ଖବରଦାତାଙ୍କ ସହାୟତା ନେଇଥିଲେ। ପରେ ଅଭିଯୁକ୍ତ ବଞ୍ଚିକୁ ଗିରଫ କରିଥିଲେ।