fbpx

କରୋନା ନେଇ ଗଞ୍ଜାମ ଦୋକାନୀଙ୍କ ପାଇଁ ପଞ୍ଚସୂତ୍ର ନିୟମ, ଜାଣନ୍ତୁ ଏହି ନୂଆ ନିୟମ ସମ୍ପର୍କରେ

ଗଞ୍ଜାମ, ୨୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାସହ ରାଜ୍ୟର ଗଞ୍ଜାମ ଜିଲ୍ଲା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ଗଞ୍ଜାମ ଜିଲ୍ଲାପାଳ ଅମୃତା ବିଜୟ କୁଲାଙ୍ଗେ ଦୋକାନୀଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି । ଯାହାର ନାମ ରହିଛି ପଞ୍ଚସୂତ୍ର । ଏହି ପଞ୍ଚସୂତ୍ରକୁ ଯିଏ ନମାନିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ପଞ୍ଚସୂତ୍ର ନିୟକ କଣ..
-ପ୍ରତିଟି ଦୋକାନୀ ନିଜ ନିଜ ଦୋକାନ ସାମ୍ନାରେ ଡ଼ବଲ ବ୍ୟାରିକେଡ଼ର ବ୍ୟବସ୍ଥା କରିବେ ।
-ନିଜେ ଦୋକାନୀ ମାସ୍କ ପିନ୍ଧିବା ସହ ଗ୍ରାହକଙ୍କୁ ମାସ୍କ ପିନ୍ଧବା ପାଇଁ କହିବେ । ଦୋକାନୀ ମାନେ ଦୋକାନ ସାମ୍ନାରେ ମାସ୍କ ନପିନ୍ଧିଲେ ଜିନିଷ ନାହିଁ ବୋଲି ଲେଖିକି ଏକ ପୋଷ୍ଟର ଟାଙ୍ଗିବେ ।
-ଖାଉଟିମାନେ ୨ମିଟର ବ୍ୟବଧାନରେ ଦୋକାନ ଆଗରେ ଛିଡ଼ା ହେବେ ।
-ସମସ୍ତ ଦୋକାନୀ ଏହାସହ ସାନିଟାଇଜର, ହ୍ୟାଣ୍ଡୱାସ ଓ ହାତ ଧୋଇବା ବ୍ୟବସ୍ଥା କରିବେ ।
-ଏହାସହ ଦୋକାନୀମାନେ ଏକ କଣ୍ଟାକ୍ଟ ଡାଏରୀ ରଖିବେ ସେଥିରେ ସବୁ ଗ୍ରାହକଙ୍କ ନାମ ଠିକଣା ରଖିବେ ।

Get real time updates directly on you device, subscribe now.