fbpx

ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ, ୩ ବର୍ଷ ଜେଲ୍ ଦଣ୍ଡ ସହିତ ଭରିବାକୁ ହେବ ମୋଟା ଅଙ୍କର ଜୋରିମାନା

AAKASH

ନୂଆଦିଲ୍ଲୀ: ଏବେ ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କୁ ଆଉ ରକ୍ଷା ନାହିଁ । ଲୋକସଭାରେ ଉପସ୍ଥାପିତ ନୂଆ ବିଧେୟକ କାରଣରୁ ଭୁଲ୍ ଖବର ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩ ଉପସ୍ଥାପନ କରିଛନ୍ତି । ଏହି ବିଲ୍ ବା ବିଧେୟକର ସମୀକ୍ଷା ଲାଗି ସ୍ଥାୟୀ ସମିତିକୁ ପଠାଯାଇଛି । ବିଧେୟକର ଧାରା ୧୯୫ ଜରିଆରେ ଏକ ପ୍ରାବଧାନ ରହିଛି ଯାହା ଭାରତର ସ୍ୱତନ୍ତ୍ରତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଭଳି ଭୁଲ୍ ତଥା ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ସଂସ୍ଥା ବା ବ୍ୟକ୍ତିଙ୍କ ସହ ସମ୍ବନ୍ଧିତ । ଏପରି କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ ।

ବିଧେୟକ ଧାରା ୧୯୫(୧) ଡିରେ ଉଲ୍ଲେଖ ରହିଛି , ଯଦି କେହି ଭାରତର ସ୍ୱତନ୍ତ୍ରତା, ଏକତା ଓ ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଭଳି ମିଛ ଓ ଭ୍ରମାତ୍ମକ ଖବର ପ୍ରସାରଣ କରିବ ତେବେ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ କରାଯିବ । ଏପରି ବ୍ୟକ୍ତି ବା ସଂସ୍ଥାର ମୁଖ୍ୟଙ୍କୁ ୩ ବର୍ଷ କାରାଦଣ୍ଡ ସହିତ ଜରିମାନା ବି ଆଦାୟ କରାଯିବ ।
ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ୩ ବିଧେୟକ ଉପସ୍ଥାପନ କରିଛନ୍ତି ଯାହାର ଉଦ୍ଦେଶ୍ୟ ଭାରତୀୟ ନାଗରିକଙ୍କୁ ନ୍ୟାୟ ଦେବା ଓ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାରର ରକ୍ଷା କରିବା । ବିଲ୍ ଉପସ୍ଥାପନ କରି ଅମିତ ଶାହ କହିଛନ୍ତି ଏହି ୩ ନୂଆ ଆଇନର ଆତ୍ମା ସମ୍ବିଧାନ ଦ୍ୱାରା ପ୍ରଦତ୍ତ ନାଗରିକଙ୍କ ସମସ୍ତ ଅଧିକାରର ରକ୍ଷା କରିବା ।

Get real time updates directly on you device, subscribe now.