fbpx

ପିଏମ୍ କିଷାନ୍ ଯୋଜନାରେ ୬୦୦୦ଟଙ୍କା ପାଇବାକୁ ଥିବା ଲୋକଙ୍କର ଆସିଲା ନୂଆ ଲିଷ୍ଟ୍, ଜାଣନ୍ତୁ କିପରି କରିବେ ଯାଞ୍ଚ?

ନୂଆଦିଲ୍ଲୀ,୧୦ ।୬ କୃଷକମାନଙ୍କ ସହ ଜଡିତ ଖାସ୍ ଯୋଜନାଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବହୁ ରାଜ୍ୟ ଭରପୂର ଲାଭ ଉଠାଇଛନ୍ତି । ଏହା ଅଧିନରେ ଜୁନ୍ ୮ ପର୍ଯ୍ୟନ୍ତ ୯ କୋଟି ୮୩ ଲକ୍ଷ କୃଷକ ୬ ହଜାର ଟଙ୍କାର ସହାୟତ ସହ ଏହି ଯୋଜନାର ଲାଭ ଉଠାଇଛନ୍ତି । ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାରେ ପଞ୍ଚମ ତଥା ଆର୍ଥିକବର୍ଷର ପ୍ରଥମ କିସ୍ତିର ୨ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟ ପଠାଇ ସାରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୨୦୦୦ ଟଙ୍କାର ୫ଟି କିସ୍ତି ପଠାସରିଛି । ଖୁବଶୀଘ୍ର ଏହାର ଷଷ୍ଠ କିସ୍ତି ବା ଚଳିତ ବର୍ଷର ଦ୍ୱିତୀୟ କିସ୍ତି ଆସିଯିବ, ଯାହାର ତାଲିକା ପ୍ରସ୍ତୁତ ହୋଇସାରିଛି ।

ଆପଣ ଜାଣିବାକୁ ଚାହୁଁଛନ୍ତି କି ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନାହିଁ ? ତେବେ ଆପଣଙ୍କ ପାଇଁ ସରକାର ଅନଲାଇନରେ ମାଧ୍ୟମରେ ଲିଷ୍ଟ ଦେଖିବାକୁ ସୁବିଧା କରିଛନ୍ତି । ଏଥିପାଇଁ ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନା ୨୦୨୦ର ନୂଆ ତାଲିକାର ସରକାର ୱେବସାଇଟ୍ pmkisan.gov.inରେ ଯାଞ୍ଚ କରିପାରିବେ ।

-ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି ଓ ଆପଣଙ୍କ ଆଧିର ସିଠିକ ଭାବେ ଅପଲୋଡ଼ ହୋଇନାହିଁ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଆଧାର ନମ୍ବର ଭୁଲ ହୋଇଛି, ତେବେ ଏହାର ସୂଚନା ମଧ୍ୟ ଆପଣ ଏଠାରୁ ପାଇପାରିବେ ।

ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ କୃଷକ ଏହି ଯୋଜନାର ଫାଇଦା ଉଠାଇଛନ୍ତି..

ଉତ୍ତରପ୍ରଦେଶ – ୨୨୬୦୩୬୧୯
ମହାରାଷ୍ଟ୍ର- ୯୯୬୪୪୨୧
ମଧ୍ୟପ୍ରଦେଶ -୭୧୫୨୬୪୩
ବିହାର -୬୬୭୭୩୪୩
ରାଜସ୍ଥାନ- ୬୪୬୩୩୫୩
ଗୁଜୁରାଟ -୫୩୨୯୩୯୪
କର୍ଣ୍ଣାଟକ- ୫୧୩୮୧୧୯
ତାମିଲନାଡୁ- ୪୦୪୯୩୬୪
ଓଡିଶା -୩୬୯୪୭୫୧
ତେଲେଙ୍ଗାନା -୩୬୫୯୬୫୮
ଆସାମ- ୩୧୧୧୨୫୦
କେରଳ- ୩୦୬୭୭୧୨
ଛତିଶଗଡ -୨୪୨୭୯୧୦
ପଞ୍ଜାବ- ୨୩୪୨୪୨୭
ଝାଡ଼ଖଣ୍ଡ – ୧୭୪୭୭୪୫
ହରିୟାଣା- ୧୬୭୮୨୬୭
ହିମାଚଳ -୮୯୩୧୯୭
ଉତ୍ତରାଖଣ୍ଡ- ୭୭୯୧୫୪

Get real time updates directly on you device, subscribe now.