fbpx

ଆଜିଠୁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନୂଆନିୟମ ,ଜାଣନ୍ତୁ କଣ ?

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଆରମ୍ଭ ହୋଇଛି ଲକଡାଉନ ୩.୦ । ଏଥିପାଇଁ କିଛି ନୂଆ ନିୟମ ବି କରାଯାଇଛି । ଖାସ କରି ଆପଣଙ୍କ ଅକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବି ରହିଛି ସର୍ତ୍ତ । ବ୍ୟାଙ୍କରେ ଆପଣଙ୍କ ଲକ୍ଷ ଲକ୍ଷ ଟଙ୍କା ଥିଲେ ବି ଉଠାଇପାରିବେନି । ଏଥିପାଇଁ ନିର୍ଦ୍ଦିଷ୍ଟ ଦିନକୁ ଅପେକ୍ଷା କରିବାକୁ ପଡିବ । ଆଜିଠୁ କର୍ମଚାରଙ୍କ ଏପ୍ରିଲ ମାସର ଦରମା ଓ ପେନସନ ଆକାଉଣ୍ଟକୁ ଆସିବ । ଟଙ୍କା ଉଠାଣ ପାଇଁ ବ୍ୟାଙ୍କରେ ଲୋକଙ୍କ ଭିଡ ଜମିବ । ତେଣୁ ଭିଡ କମାଇବାକୁ ନୂଆ ନିୟମ କରାଯାଇଛି । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଶେଷ ଦୁଇ ସଂଖ୍ୟା ୦ ବା ୧ ତାହେଲେ ଆଜି ଆପଣ ଟଙ୍କା ଉଠାଇପାରିବେ । ସେହିପରି ଆସନ୍ତା କାଲି ୨ ଓ ୩ ସଂଖ୍ୟା ଥିବା ଲୋକଙ୍କୁ ହିଁ ଉଠାଣର ସୁଯୋଗ ମିଳିବ । ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ନିଜ ବ୍ୟାଙ୍କ ଆକାଉଣ୍ଟର ଶେଷ ଦୁଇ ସଂଖ୍ୟାକୁ ପରଖିନେବା ଜରୁରୀ ।

Get real time updates directly on you device, subscribe now.