କେନ୍ଦ୍ର ସରକାରଙ୍କ ନୂଆ ଯୋଜନା, ଅଳ୍ପ ଟଙ୍କାରେ ବର୍ଷେ ଯାଏଁ ଟୋଲ୍ ପାସ୍
ଗାଡ଼ି ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ବିନା ଟେନସେନରେ ଭାରତ ଭିତରେ କରିପାରିବେ ଯାତ୍ରା। ୩୦୦୦ ଟଙ୍କାରେ ବର୍ଷେ ଆଉ ୩୦୦୦୦ ଟଙ୍କାରେ ଲାଇଫଟାଇମ ଟୋଲ୍ ପାସ୍।
ନୂଆଦିଲ୍ଲୀ: ଗାଡ଼ି ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ଥରେ ଟଙ୍କା ଦେଲେ ବର୍ଷେ ପାଇଁ ଆଉ ରହିବନି କୌଣସି ଟେନସନ। ଭାରତ ସାରା ଜୁଆଡେ ଚାହିଁବେ ବୁଲି ପାରିବେ। କୌଣସି ଟୋଲ୍ ଗେଟରେ ଦେବାକୁ ପଡିବନି ଟଙ୍କା।
ଏଥିପାଇଁ ଦରକାର ମାତ୍ର ୩୦୦୦ ଟଙ୍କା। ଏତିକି ଟଙ୍କା ଦେଲେ ବର୍ଷେ ପାଇଁ ଫ୍ରିରେ କରିପାରିବେ ଯାତାୟତ। ଏହାଛଡ଼ା ଯଦି ଲାଇଫଟାଇମ ପାସ୍ କରିବାକୁ ଚାହୁଁଛନ୍ତି। ତେବେ ସେ ସୁବିଧା ବି ଉପଲବ୍ଧ ହେଇପାରିବ। ସେଥିପାଇଁ ଦବାକୁ ପଡିବ ୩୦୦୦୦ ଟଙ୍କା। ଆଉ ୧୫ ବର୍ଷ ପାଇଁ କରିହେବ ଉପଭୋଗ।
କେନ୍ଦ୍ର ସରକାରଙ୍କ ଯୋଜନା: ତେବେ କେନ୍ଦ୍ର ସରକାରଙ୍କ ତରଫରୁ କିଛିନା କିଛି ଯୋଜନା ପ୍ରାୟ ସମୟରେ ଆସିଥାଏ। ଠିକ୍ ସେହିପରି ଏବେ ଟୋଲଗେଟରେ ହେଉଥିବା ଫି କୁ ନେଇ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର।
ଖୁବଶୀଘ୍ର କେନ୍ଦ୍ର ସରକାର ବର୍ଷିକିଆ କିମ୍ୱା ଲାଇଫଟାଇମ୍ ଟୋଲ୍ ପାସର ସୁବିଧା କରିବାକୁ ଯାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରେ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କର ଖର୍ଚ୍ଚ କିଛି ପରିମାଣରେ କମ୍ ହୋଇପାରିବ। ଟୋଲ ପ୍ଲାଜାରେ ଭିଡ଼ ମଧ୍ୟ କମ୍ ହେବ।
କେଉଁମାନେ କରିପାରିବେ ପାସ୍: ତେବେ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ। କିଛି ନିର୍ଦ୍ଦିଷ୍ଟ ଲୋକମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। କୌଣସି ବଡ଼ବଡ଼ ଗାଡ଼ି ପାଇଁ ଏହା ଉପଲବ୍ଧ ହେବନାହିଁ।
କେବଳ କାର୍ ମାଲିକମାନେ ହିଁ ଏହି ପାସର ସୁଯୋଗ ଉଠାଇ ପାରିବେ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ମାତ୍ର ୩,୦୦୦ ଟଙ୍କା ଦେଇ ବର୍ଷିକିଆ ଟୋଲ୍ ପାସ୍ ଜରିଆରେ ଯିବାଆସିବା କରିବାର ସୁବିଧା ମିଳିପାରିବ। ଆଉ ୩୦୦୦୦ ଟଙ୍କାରେ ଲାଇଫଟାଇମ୍ ବା ୧୫ ବର୍ଷ ପାଇଁ ପାସ୍ କରିପାରିବେ।
କିପରି କରିବେ ପାସ୍: ଏହାକୁ ନେଇ ମନ୍ତ୍ରଣାଳୟ କାର୍ ପାଇଁ ପ୍ରତି କିଲୋମିଟର ଟୋଲ ଦରରେ ହ୍ରାସ କରିବା ପାଇଁ ବିଚାର କରୁଛି । ଏହି ପ୍ରସ୍ତାବ ସଡ଼କ ପରିବହନ ମନ୍ତ୍ରଣାଳୟ ନିକଟରେ ଶେଷ ପର୍ଯ୍ୟାୟରେ ରହିଛି।
ଏହା ଲାଗୁ ହେବା ପରେ ହାଇୱେରେ ଯିବାଆସିବା କରୁଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିବ। ଏଥପାଇଁ କୌଣସି ପ୍ରକାରର ନୂଆ କାର୍ଡ କିଣିବାର ଆବଶ୍ୟକତା ପଡିବ ନାହିଁ। ଏହାକୁ ଫାସଟାଗ୍ ସହିତ ଲିଙ୍କ କରାଯିବ।
ପାସର ସୁବିଧା: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି କହିଛନ୍ତି, ଏହି ଯୋଜନାରେ ପୀଡିତମାନେ ଦୁର୍ଘଟଣାର ସାତ ଦିନ ଯାଏ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ଟ୍ରିଟମେଣ୍ଟ୍ ପାଇପାରିବେ।
ବର୍ତ୍ତମାନ କେବଳ ଏକ ମାସିକିଆ ପାସ୍ ଉପଲବ୍ଧ ଅଛି। ଯାହାର ମୂଲ୍ୟ ପ୍ରତି ମାସରେ ପ୍ରାୟ ୩୪୦ ଟଙ୍କା। ଯେଉଁଥିରେ ଉପଭୋକ୍ତାଙ୍କୁ ବର୍ଷକୁ ୪,୦୮୦ ଟଙ୍କା ଦେବାକୁ ପଡୁଛି।