fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାରେ ଚିହ୍ନଟ ହେଲା ନୂତନ ପ୍ରଜାତିର ମାଛ: ଭାରତୀୟ ପ୍ରାଣୀ ସର୍ବେକ୍ଷଣର ବୈଜ୍ଞାନିକଙ୍କୁ ମିଳିଲା ପୁଣି ଏକ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଓଡ଼ିଶାରୁ ଚିହ୍ନଟ ହେଲା ଏକ ନୂଆ ପ୍ରଜାତିର ମାଛ । ଅନ୍ୟ କୁଚିଆ ପ୍ରଜାତିର ମାଛ ଠାରୁ ଏହି ମାଛଟି ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି । ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଏସଆଇ)ର ବୈଜ୍ଞାନିକ ଡ. ଅନିଲ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଜାପାନର ବୈଜ୍ଞାନିକ ଡ. ୟୁସୁକେ ହିବିନୋଙ୍କ ନାମ ଅନୁସାରେ ଏହି ପ୍ରଜାତିର ମାଛର ନାମ ‘ମୁରାନିଥିସ୍ ହିବିନୋଇ ରଖାଯାଇଛିଛି ।

ଏହି ମାଛକୁ ପ୍ରଥମେ ବଜାକୁଳ ମିଲନ୍ କଲେଜର ସହ ଅଧ୍ୟାପକ ଡ. ଦୀପାଞ୍ଜନ ରୟ ପଶ୍ଚିମ ବଙ୍ଗରୁ ସଂଗ୍ରହ କରିଥିଲେ । ଏହାପରେ ଅଧିକ ତଥ୍ୟ ଜାଣିବା ଉଦ୍ଦେଶ୍ୟରେ ତାହାକୁ ଗୋପାଳପୁର ସ୍ଥିତ ଜେଡଏସଆଇକୁ ପଠାଯାଇଥିଲା । ଏହାପରେ ଏକାଧିକ ବୈଜ୍ଞାନିକ ଏହା ଉପରେ ମିଳିତ ଗବେଷଣା କରିବା ପରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ଜଣାପଡ଼ିଥିଲା ।

ଏହି ମାଛର ମେରୁଦଣ୍ଡରେ ପାଖାପାଖି ୧୪୦ଟି ହାଡ଼ ରହିଥିବା ବେଳେ ତା’ର ଶରୀରର ଉପର ପଟେ କଳା ରଙ୍ଗର ବିନ୍ଦୁ ଭଳି ଦାଗ ରହିଛି । ମାଛଟିର ଲମ୍ବ ପାଖାପାଖି ଦେଢ଼ଫୁଟ ରହିଥିବା ବେଳେ ଏହାର ପ୍ରକାର ଭେଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ସେଥିପାଇଁ ତା’ର ଡିଏନଏ ପରୀକ୍ଷା କରାଯାଇଥିଲା । ଚିଲିକା ହ୍ରଦ ଓ ଭାରତରେ ମିଳୁଥିବା ଅନ୍ୟ ମାଛ ସହିତ ଏହାକୁ ତୁଳନା କରାଯାଇଥିଲା । ଶେଷରେ ତାହା ଏକ ନୂଆ ପ୍ରଜାତିର ମାଛ ବୋଲି ପ୍ରମାଣିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ମେ ମାସରେ ମଧ୍ୟ ଚିଲିକାରୁ ଏକ ନୂତନ ପ୍ରଜାତିର କୋଚିଆ ମାଛ ‘କଳିଙ୍ଗ ଡୁଣା’ ଚିହ୍ନଟ ହୋଇଥିଲା । ଜେଡଏସଆଇ, ରେଭେନ୍ସା ଓ ବ୍ରହ୍ମବିଦ୍ୟାଳୟର ପ୍ରଫେସରଙ୍କ ମିଳିତ ପ୍ରୟୋଗରେ ଏହି ସଫଳତା ମିଳିଥିଲା ।

Get real time updates directly on you device, subscribe now.