fbpx

ନୂଆ ଟ୍ରାଫିକ ଆଇନ ପରେ ରାଜ୍ୟରେ କମିଛି ୧୬% ଦୁର୍ଘଟଣା

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ଗତ କିଛି ମାସ ତଳେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଥିଲା । ଯାହାଫଳରେ ଉଲ୍ଲଙ୍ଘନକାରୀଙ୍କୁ ୧୦ଗୁଣା ଫାଇନ ଦେବାକୁ ପଡ଼ୁଥିଲା । ଏହାପରେ ସରକାର ୩ମାସ ନିୟମକୁ କୋହଳ କରି ସବୁ ଗାଡ଼ିର ଦରକାରୀ କାଗଜପତ୍ର ଠିକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ଅବଧି ଶେଷ ହୋଇ ଏହି ଡ଼ିସେମ୍ବର ୧ରୁ ନୂଆ ନିୟମ ପୁଣିଥରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏହାସହ ମଦୁଆ ଡ୍ରାଇଭରଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । ନୂଆ ଟ୍ରାଫିକ ଆଇନ ପରେ ରାଜ୍ୟରେ ୧୬% ଦୁର୍ଘଟଣା କମିଛି । ଏନେଇ ସୂଚନା ଦେଇଛନ୍ତି ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି । ଏହାସହ ଲୋକଙ୍କ ହିତ ପାଇଁ ନୂଆ ନିୟମ ମାନିବାକୁ ନିବେଦନ କରିଛନ୍ତି ଡିଜିପି ।

Get real time updates directly on you device, subscribe now.