fbpx
BJD SKY
BJD SKY

(Video) ମେକ୍ସିକୋରେ ଏବେ ବି ବଞ୍ଚିଛନ୍ତି ଡାଇନାସୋର! ଭିଡିଓ ଦେଖିବା ପରେ ସମସ୍ତେ ଛାନିଆ

BJD

ନୂଆଦିଲ୍ଲୀ: ଡାଇନାସୋରକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ବି ବୈଜ୍ଞାନିକମାନେ ଡାଇନାସୋର ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି । କୋଟି କୋଟି ବର୍ଷ ତଳେ ଡାଇନାସୋର ପୃଥିବୀ ପୃଷ୍ଠରେ ବସବାସ କରୁଥିଲେ ବୋଲି କୁହାଯାଉଛି । ଆଜି ବି ବିଶ୍ୱର କୋଣ ଅନୁକୋଣରୁ ଡାଇନାସୋରର ଜୀବାଶ୍ମ ମିଳୁଛି । ତାହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ରିସର୍ଚ୍ଚ ଜାରି ରଖିଛନ୍ତି ।

ତେବେ ନିକଟରେ ଡାଇନାସୋରକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଦେଖିବାକୁ ପରେ ଡାଇନାସୋର ଆଜି ବି ପୃଥିବୀ ବକ୍ଷରେ ଜୀବତ ରହିଛନ୍ତି ବୋଲି ଅନେକ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଭିଡିଓରେ ଡାଇନାସୋରମାନେ ଡେଇଁ ଡେଇଁ ଚାଲୁଥିବା ଦେଖାଯାଉଛନ୍ତି । ଟ୍ୱିଟରରେ ଭାଇରାଲ ହୋଇଥିବା ଭିଡିଓରେ ଏକ ଛୋଟ ନଦୀ ନିକଟରେ ଡାଇନାସୋରମାନେ ଚାଲୁଥିବା ଦେଖାଯାଉଛି । ସେମାନଙ୍କ ମଧ୍ୟରେ କିଛି ଛୋଟ ଓ ଆଉ କିଛି ବଡ଼ ଆକାରର ରହିଥିଲେ ।

ତେବେ ଭିଡିଓରେ ଡାଇନାସୋରଙ୍କ ରଙ୍ଗ ବିଷୟରେ କିଛି ସ୍ପଷ୍ଟ ଜଣାପଡ଼ୁନାହିଁ । ମାତ୍ର ତାହା କଳା ରଙ୍ଗ ବୋଲି ଜଣାପଡ଼ିଛି । ସେମାନଙ୍କର ମଜବୁତ ପିଠି ରହିଥିବା ବେଳେ ପଛ ଭାଗରେ ଲାଞ୍ଜ ନଥିଲା । ସେମାନେ ଦ୍ରୁତ ଗତିରେ ଧାଉଁଥିବା ଦେଖାଯାଇଥିଲା । ସେମାନଙ୍କର ଲାଞ୍ଜ ଓ ଶରୀରର ଆକାର ପ୍ରାୟତଃ ସମାନ । ସେମାନଙ୍କର ଓଜନ ୨ରୁ ୮ କିଲୋଗ୍ରାମ ମଧ୍ୟରେ ରହିଥିଲା ।

ତେବେ ବାସ୍ତବରେ ଏହି ଜୀବଗୁଡ଼ିକ ଡାଇନାସୋର ନଥିଲେ । ସେମାନଙ୍କର ନାମ ହେଉଛି କୋଏଟିସ ବା କୋଏଟିମୁଣ୍ଡିସ । ଏମାନେ ଦକ୍ଷିଣ ଆମେରିକା, ମେକ୍ସିକୋ, ଦକ୍ଷିଣ-ପଶ୍ଚିମ ଆମେରିକାରେ ଦେଖିବାକୁ ମିଳନ୍ତି । ସେମାନେ ୧୩ରୁ ୧୭ ଇଞ୍ଚ ଲମ୍ବା ହୋଇଥାନ୍ତି । ଚିଡ଼ିଆଖାନାରେ ରଖିଲେ ଏମାନେ ୧୦ ବର୍ଷ ବଞ୍ଚି ପାରନ୍ତି ।

Get real time updates directly on you device, subscribe now.