(Video) ବାଜିଲା 12ଟା…ଏହି ଦେଶରେ ପାଳିତ ହେଲା ନବ ବର୍ଷ, ଓଲଟିଲା କ୍ୟାଲେଣ୍ଡର- ଆଲୋକମାଳାରେ ଝଲସିଲା…

ନୂଆଦିଲ୍ଲୀ : ଭାରତରେ 2024ର ଶେଷ ସୂର୍ଯ୍ୟଦୋୟ ହୋଇଛିି । ଆଉ କିଛି ସମୟ ପରେ ଜିରୋ ନାଇଟ ସେଲିବ୍ରେସନ ହେବ । ସମସ୍ତେ ନାଚି, ଗାଇ, ବାଣଫୁଟାଇ ନୂଆ ବର୍ଷକୁ ସ୍ବାଗତ କରିବେ । ତେବେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ନୂଆ ବର୍ଷ ଆଗୁଆ ପାଳନ ହୋଇଥାଏ । ଅର୍ଥାତ୍ ଭାରତ ଅପେକ୍ଷା ସେଠାରେ ସମୟ ଆଗୁଆ ରହିଥାଏ । ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ।  ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି । ବାଣଫୁଟାଇ ଆଲୋକମାଳାରେ ସଜାଇ ନୂଆ ବର୍ଷକୁ ସ୍ବାଗତ କରାଯାଇଛି ।

ଭାରତୀୟ ସମୟର ୭ ଘଣ୍ଟା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡରେ ନୂଆ ବର୍ଷ ପାଳନ ହୋଇଥାଏ। ନ୍ୟୁଜିଲ୍ୟାଣ୍ଡରେ ନୂଆ ବର୍ଷର ସେଲିବ୍ରେସନ ଆରମ୍ଭ ହୋଇଗଲାଣି। ଏହି ଦେଶରେ ପ୍ରଥମେ ନୂଆବର୍ଷ ସେଲିବ୍ରେସନ ହୋଇଥାଏ । ରଙ୍ଗୀନ ଆଲୋକମାଳାରେ ଝଲସିଲା ଅକଲାଣ୍ଡ ସହର । ନ୍ୟୁଜିଲ୍ୟାଣ୍ଡ ପରେ ଅଷ୍ଟ୍ରେଲିଆର ସିଡନୀ, ମେଲବର୍ଣ୍ଣ ଏବଂ କ୍ୟାନବେରାରେ ନୂଆ ବର୍ଷ ପାଳନ ହେବ । ଦକ୍ଷିଣ କୋରିଆର ବେକର ଏବଂ ହାଉଲ୍ୟାଣ୍ଡର ନିର୍ଜର ଦ୍ବୀପରେ ସବୁଠୁ ଶେଷରେ ନୂଆବର୍ଷକୁ ସ୍ବାଗତ କରାଯିବ । ଭାରତ ପୂର୍ବରୁ ସମୁଦାୟ ୪୧ ଟି ଦେଶ ନୂଆ ବର୍ଷ ପାଳନ କରନ୍ତି ।