ମହିଳା ଟି-୨୦ ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ବିଶ୍ୱ ଚାମ୍ପିୟନ

ନୂଆଦିଲ୍ଲୀ: ଆଜି ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ତେବେ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ମହିଳା ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟରେ ୧୫୮ ରନ୍ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୩୨ ରନରେ ପଛରେ ରହିଯାଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ୯ ୱିକେଟ ହରାଇ ୧୨୬ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ସୁଜି ବେଟନ୍ସ ୩୨ ରନ, ଆମେଲି କେର, ୪୩ ଓ ବ୍ରୋକେ ହାଲିଡେ ୩୮ ରନ୍ ସଂଗ୍ରହ କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ନୋଙ୍କୁଲୁଲେକୋ ମାଲବା ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ୧୫୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ଭଲ ପ୍ରଦର୍ଶନ କରିଥିଲା । ଦଳ ୫୧ ରନରେ ପ୍ରଥମ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଅଧିନାୟକ ଲାଉରା ଓଲଭାରଡଟ ସର୍ବାଧିକ ୩୩ ରନ୍ ସଂଗ୍ରହ କରିଥିବା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ । ନ୍ୟୁଜିଲାଣ୍ଡ ତରଫରୁ ରୋଜେମାରି ମେର ଓ ଆମେରି କେର ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସୂନାଯୋଗ୍ୟ ଯେ, ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିରେ ୱେଷ୍ଟଇଣ୍ଡିଜକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିଥିଲା ।