fbpx

ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ନେଇଛି ୨୨ ଅମୂଲ୍ୟ ଜୀବନ

ଓଡିଶା ଭାସ୍କର: ହିମାଚଳପ୍ରଦେଶ ଶିମଲା, କୁଲ୍ଲୁ ଓ ମଣ୍ଡିରେ ୩୧ ଜୁଲାଇ ମଧ୍ୟରାତ୍ରିରେ ଆସିଥିବା ବାଦଲଫଟା ବର୍ଷାରେ ପ୍ରାୟ ୨୨ ଲୋକଙ୍କ ଜୀବନ ଯାଇ ସାରିଛି । ଏହାସହ ୩୦ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି । ଯାହାଙ୍କ ସନ୍ଧାନ କରାଯାଉଛି । ଆଧିକାରୀକ ସୂତ୍ରରୁ ଜଣାପଡିଛି ଯେ, କୁଲ୍ଲୁର ନିରମଣ୍ଡ, ସୈଞ୍ଜ ଓ ମଲାଣା ତଥା ମଣ୍ଡିର ପଧର ଓ ଶିମଲା ତଥା ରାମପୁରରେ ଅଚାନକ ବନ୍ୟା ଆସିଥିବାର ଖବର ସାମ୍ନାକୁ ଆସିଛି ।

ଏଥିରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ରାମପୁର ଉପମଣ୍ଡଳସ୍ଥିତ ସରପାରା ପଞ୍ଚାୟତସ୍ଥିତ ସମେଜ ଗାଁ । ଯେଉଁଠାରେ ପ୍ରାୟ ୨୫ ଜଣ ଏବେବି ଲୋକ ନିଖୋଜ ଅଛନ୍ତି । ସୂଚନାଅନୁସାରେ, ମଣ୍ଡିର ରାଜଭାନ ଗାଁରୁ ପ୍ରାୟ ୯ ଟି ଶବ ଉଦ୍ଧାର ହୋଇଥିବାବେଳେ କୁଲ୍ଲୁ ଜିଲ୍ଲାର ନିରମଣ୍ଡ ଓ ବାଗୀପୁଲରେ ୩ ଟି ଶବ ତଥା ଶିମଲାର ଧଡକୋଲ,ବ୍ରୋ ତଥା ସୁନ୍ନି ବାନ୍ଧରେ ପ୍ରାୟ ୧୦ ଟି ଶବ ଜବତ ହୋଇଛି । ବର୍ତ୍ତମାନ ଯାଏଁ ମୋଟ ଉପରେ ଏହି ବାଦଲଫଟା ବର୍ଷାରେ ପ୍ରାୟ ୨୨ ଟି ଶବର ସନ୍ଧାନ ମିଳିଛି । ଆଗକୁ ଏହା ବଢିବାର ମଧ୍ୟ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.