fbpx

ସବୁ ପୁରୁଣା ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ ହାସଲ କଲା ନିଫ୍ଟି ୫୦, ବୈଶ୍ୱିକ ବଜାରରୁ ଆସୁଥିବା ସକରାତ୍ମକ ସଂକେତରୁ ମିଳିଛି ଶକ୍ତି

AAKASH

ନୂଆଦିଲ୍ଲୀ:ଭାରତୀୟ ସେୟାର ବଜାର(ଇଣ୍ଡିଆନ ଷ୍ଟକ ମାର୍କେଟ୍) ଆଜି ଐତିହାସିକ ଉଚ୍ଚତାକୁ ଛୁଇଁ ଯାଇଛି । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ(ନିଫ୍ଟି ୫୦) ଏହାର ସମସ୍ତ ପୁରୁଣା ଅଲ୍ ଟାଇମ୍ ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ ହାସଲ କରିଛି ।

ବୁଧବାର ପ୍ରି ଓପନ୍ ରେ ନିଫ୍ଟି ୧,୮୯୦୦ ଅଙ୍କ ଉପରେ ଖୋଲିଛି । ଏହା ପୂର୍ବରୁ ନିଫ୍ଟିର ଅଲ୍ ଟାଇମ୍ ହାଇ ରେକର୍ଡ ୧୮, ୮୮୭.୬୦ ଅଙ୍କ ଥିଲା । ତେବେ ୧୪୨ ସେସନ ପରେ ନିଫ୍ଟି ଏହି ଇତିହାସ ରଚିଛି । ତେବେ ଏହା ପୂର୍ବରୁ ୨୦୨୧ରେ ନିଫ୍ଟି ୧୮, ୮୮୭ ଅଙ୍କରେ ଏହାର ଅଲ୍ ଟାଇମ୍ ରେକର୍ଡ କରିଥିଲା ।
ଗତ କିଛି ସେସନରେ ନିଫ୍ଟି ଅଲ୍ ଟାଇମ୍ ହାଇ ରେକର୍ଡ ବନାଇବାକୁ ଚେଷ୍ଟା ଜାରି ରଖିଥିଲା । ଆଜି ସମସ୍ତ ରେକର୍ଡକୁ ଭାଙ୍ଗି ଶିଖରରେ ପହଞ୍ଚି ଯାଇଛି । ଏହାରି ମଧ୍ୟରେ ସ୍ମଲକ୍ୟାପ୍ ଓ ମିଡକ୍ୟାପ୍ ଇଣ୍ଡେକ୍ସରେ ମଧ୍ୟ ଦ୍ରୁତ ପ୍ରଗତି ପରିଲକ୍ଷିତ ହୋଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଭାରତୀୟ ସେୟାର ବଜାରର ସ୍ଥିତି ଏବେ ବହୁତ ଭଲ ରହିଛି । ସେନସେକ୍ସ ସକାଳ ୯ଟା ୪୦ ସୁଦ୍ଧା ୬,୩୬୦୦ ଅଙ୍କ ପାକାପାଖି ଥିଲା । ସେହିପରି ନିଫ୍ଟି ୧,୮୯୦୦ ଅଙ୍କ ପାଖାପାଖି ରହିଛି । ଏହାରି ମଧ୍ୟରେ ନିଫ୍ଟି ୫୦ରେ ଆଦାନୀ ଏଣ୍ଟରପ୍ରାଇସେସ୍ ଓ ଆଦାନୀ ପୋର୍ଟର ସେୟାରରେ ଭଲ ଉନ୍ନତି ଦେଖିବାକୁ ମିଳିଛି । ଏହା ବ୍ୟତିତ ଟାଇଟନ୍, ଜେଏସ୍ଡବ୍ଲ୍ୟୁ ଷ୍ଟିଲ ଓ ବଜାଜ ଫାଇନାନ୍ସ ସେୟାର ମଧ୍ୟ ବେଶ୍ ମଜଭୁତ ରହିଛି । ବିଶେଷଜ୍ଞଙ୍କ ମତ ଆଗାମୀ ଦିନରେ ନିଫ୍ଟି ର ଏହି ଟ୍ରେଣ୍ଡ ମଜଭୁତ ରହିବ । ଅନ୍ୟପକ୍ଷରେ ବୈଶ୍ୱିକ ବଜାରରୁ ଆସୁଥିବା ସକରାତ୍ମକ ସଂକେତ କାରଣରୁ ନିଫ୍ଟିକୁ ଶକ୍ତି ମିଳିଛି ।

Get real time updates directly on you device, subscribe now.