fbpx

ଆସନ୍ତାକାଲିଠାରୁ ରାଜ୍ୟର ଏହି ଛଅଟି ସହରରେ ଲାଗୁହେବ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ, ୯ା୪: ଦେଶର ୧୦ ଦ୍ରୁତ କରୋନା ସଂକ୍ରମିତ ରାଜ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକର ସ୍ଥିତି ଉଦବେଗଜନକ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ବେଙ୍ଗାଲୁରୁ ସମେତ ଅନ୍ୟ ୬ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ ରାଜ୍ୟରେ ଲାଗୁ ହେବ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି କୁହାଯାଇଛି ।

କିଛିଦିନ ଧରି ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପରିକି ଦୈନିକ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡ଼ିଛି । ରାଜ୍ୟର ମହୀଶୁର, ମାଙ୍ଗାଲୁରୁ, କାଲାବୁରାଗି, ତୁମାକୁରୁ, ଉଡୁପି-ମଣିପାଲ ଆଦି ସହରମାନଙ୍କରେ କର୍ଫ୍ୟୁ ଲାଗୁ ହେବ । ଆସନ୍ତା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଏହି ସହରମାନଙ୍କରେ କର୍ଫ୍ୟୁ ଜାରି ରହିବ । କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରାପା କହିଛନ୍ତି ।

Get real time updates directly on you device, subscribe now.